Home କେନ୍ଦୁଝର ଶିକ୍ଷାଦାନ କଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ

ଶିକ୍ଷାଦାନ କଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ

42

ହାଟଡ଼ିହି, ୨୭ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏଡିଓ) ଜଗବନ୍ଧୁ ସାହୁ ଆଜି ମୁଲ୍ୟାଙ୍କନ ଓ ପରୀକ୍ଷଣ କର୍ମଶାଳାରେ ଯୋଗଦେବାକୁ ଶାସଙ୍ଗ ହାଇସ୍କୁଲକୁ ଆସିଥିବାବେଳେ ସ୍କୁଲର ଶୈକ୍ଷିକ ବାତାବରଣ ଓ ଏକ ବ୍ଲକଗ୍ରାଣ୍ଡ ସ୍କୁଲ ହୋଇ ମଧ୍ୟ ଏହାର ପରିବେଶ ଓ ପରିଛନ୍ନତାକୁ ଦେଖି ଖୁସିବ୍ୟକ୍ତ କରିଛନ୍ତି । ଏହାସହ ସେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗୋଟିଏ ପରିୟଡ ପାଇଁ ବିଜ୍ଞାନ ବିଷୟରେ ଶିକ୍ଷାଦାନ ମଧ୍ୟ କରିଥିଲେ । ବିଶେଷକରି କୋଭିଡ କଟକଣା ପାଇଁ ଅନେକ ଦିନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଓ ଶିକ୍ଷକ ମାନଙ୍କ ଠାରୁ ଦୁରେଇ ରହିଥିବାରୁ ଏବେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ମାଧ୍ୟମରେ ଶିକ୍ଷାଦାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.