ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଆଗରପଡ଼ା ପୋଲିସ ପୁଣି ଜଣେ ଧଳା ଜହର ବେପାରୀକୁ ଗିରଫ କରିଛି।ଥାନାଧିକାରୀ ରାଜେଶ ସେଠୀଙ୍କ ଉଦ୍ୟମ ଯୋଗୁଁ ପ୍ରଥମଥର ପାଇଁ ଏହି ଥାନା ଅଞ୍ଚଳରେ ବ୍ରାଉନସୁଗାର ଜବତ୍ ହେବା ସହ ଏଥିରେ ସଂପୃକ୍ତ ୨ଜଣ ମାଫିଆ ଗିରଫ ହୋଇଛନ୍ତି । ପୂର୍ବରୁ ମଦ, ଗଂଜେଇ ଆଦି ଚୋରାରେ ବିକ୍ରୀ କରିବା ଅଭିଯୋଗରେ ଅଭିଯୁକ୍ତମାନେ ଗିରଫ ହୋଇଥିବା ବେଳେ ବ୍ରାଉନସୁଗାର ମାଫିଆ କେବେ ପୋଲିସ ହାତରେ ଧରାପଡ଼ି ନଥିଲେ। ଆଗରପଡ଼ା କଲେଜ ନିକଟରୁ ବ୍ରାଉନସୁଗାର ବିକ୍ରୀ କରୁଥିବା ବେଳେ ଭବାନୀଗଂଜ ଗ୍ରାମର କୁଶ ସେନାପତିଙ୍କ ପୁଅ ରାଜେନ୍ଦ୍ର(୪୨)କୁ କୌଶଳକ୍ରମେ ପୋଲିସ ଗିରଫ କରିଥିଲା । ୨୪ ଘଂଟା ନ ପୁରୁଣୁ ଏହି ବେପାରରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଭଦ୍ରକ ପୁରୁଣା ବଜାର ଥାନା ଅଂଚଳର ମୋରାଦ ଖାଁ(୨୭) କୁ ପୋଲିସ ଗିରଫ କରିଛି ।








