Home ଜିଲ୍ଲା ପରିକ୍ରମା ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

57

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଏହି ଜିଲାର ଏଭଳି କେତେକ ଅଂଚଳ ରହିଛି, ଯେଉଁଠି ସରକାରଙ୍କ ସାଧାରଣ ସୁବିଧାଟିଏ ମଧ୍ୟ ନାହିଁ । ଫଳରେ ସ୍ଥାନୀୟ ଲୋକେ ନିଜ ମୌଳିକ ଅଧିକାରରୁ ବଂଚିତ ହୋଇଚାଲିଛନ୍ତି । ଆଜି ପୁଣିଥରେ ଏହିଭଳି ଏକ ଅଂଚଳ ଯାହା ଉପାନ୍ତ ଅଂଚଳ ନୁହେଁ, ଖୋଦ୍ ସ୍ଥାନୀୟ ବ୍ଲକ୍ ଠାରୁ କିଛି ଦୂରରେ ଥିଲେ ହେଁ ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ବାସୁଦେବପୁର ବ୍ଲକ୍ ବାଲିମୁଣ୍ଡା ପଂଚାୟତର ପାଞ୍ଚଘେରିଆ ଗ୍ରାମ । ଏହି ଅଂଚଳବାସୀଙ୍କ ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ସତେ ଯେଭଳି ସାତ ସପନ ପାଲଟିଛି । ଏହି ଗ୍ରାମକୁ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଭଲ ରାସ୍ତାଟିଏ ନଥିବାରୁ ବର୍ଷାଦିନରେ ଆମ୍ବୁଲାନ୍ସଟିଏ ଯାଇପାରୁନାହିଁ । ଯାହାଫଳରେ ଖଟିଆ କିମ୍ବା ଭାରାରେ ରୋଗୀକୁ ଚାରି କିମି ଦୂର ମୁଖ୍ୟରାସ୍ତାକୁ ଅଣାଯାଇଥାଏ । ସେହିଠାରୁ ରୋଗୀ ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଏ । ଗତକାଲି ଏହିଭଳି ଏକ ଗର୍ଭବତୀ ମହିଳାଙ୍କୁ ଭାରାରେ ମୁଖ୍ୟରାସ୍ତାକୁ ଅଣାଯାଇଥିବାବେଳେ ସେ ଅଧା ରାସ୍ତାରେ ପ୍ରସବ କରିଥିଲେ । ଯାହା ସରକାରଙ୍କ ସ୍ଲୋଗାନ, ‘ଗାଁକୁ କାମ, ମା’କୁ ସମ୍ମାନ’ ଉପହାସ ମନେହୁଏ ନାହିଁକି!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.