Home ଜିଲ୍ଲା ପରିକ୍ରମା ପୀରହାଟ ପୁରୁଣା ବଜାରରେ ମା’ ଶ୍ୟାମାକାଳୀଙ୍କ ପୂଜା, ପୋଡ଼ା ମାଛ ନୈବେଦ୍ୟ ଏକ ନିଆରା ପରମ୍ପରା

ପୀରହାଟ ପୁରୁଣା ବଜାରରେ ମା’ ଶ୍ୟାମାକାଳୀଙ୍କ ପୂଜା, ପୋଡ଼ା ମାଛ ନୈବେଦ୍ୟ ଏକ ନିଆରା ପରମ୍ପରା

1

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ହରସିଂପୁର ପଂଚାୟତ ଅଧିନ ପିରାହାଟ ପୁରୁଣା ବଜାରରେ ମା ଶ୍ୟମା କାଳୀଙ୍କ ପୂଜା ବଡ଼ ଧୁମ ଧାମରେ ପାଳିତ ହେଉଛି। ମାଙ୍କୁ ଆବାହନ ପରଠୁଁ ବିସର୍ଜନ ପର୍ଯ୍ୟନ୍ତ ପୋଡ଼ା ମାଛ ନୈବେଦ୍ୟ ଭାବେ ଅର୍ପଣ କରାଯିବା ଏକ ନିଆରା ପରମ୍ପରା।ପ୍ରତିଦିନ ମଧ୍ୟାହ୍ନରେ ଏହା ଅର୍ପଣ କରାଯାଉଥିବା ବେଳେ ଶ୍ରଦ୍ଧାଳୁମାନେ ମଧ୍ୟ ଆମିଷ ଭୋଜନ କରିଥାନ୍ତି କ୍ଷଏହି ପରମ୍ପରା ଦୀର୍ଘ ୭୭ ବର୍ଷ ହେଲା ରହି ଆସିଛି । ମାଙ୍କ ମୃଣ୍ମୟ ମୂର୍ତିକୁ ମଣ୍ଡପରେ ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଉଛି । ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ପୂଜା ମଣ୍ଡପର ଶୋଭା ବର୍ଦ୍ଧନ କରୁଛି । ରବିବାର ଅମାବାସ୍ୟା ରାତିରେ କଳସ ବୁଡ଼ା କାର୍ଯ୍ୟ ସମ୍ପନ୍ନ ହେବା ପରେ ସୋମବାର ଠାରୁ ପୂଜା କାର୍ଯ୍ୟ ଯଥା ରୀତିରେ ଅନୁଷ୍ଠିତ ହେଉଛି । ୧୯୪୯ ରେ ସ୍ଥାନୀୟ ଅଧିବାସୀଙ୍କ ଉଦ୍ୟମରେ ଏକ ଛପର ଘରେ ଏହି ପୂଜା ଆରମ୍ଭ ହୋଇଥିଲା । ସ୍ୱର୍ଗତ ପରମାନନ୍ଦ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ସାହୁ, ବୈଷ୍ଣବାନନ୍ଦ ମହାନ୍ତି, ନୀଳମଣି ମହାନ୍ତି, ଶରତ ମହାନ୍ତି, କାମଦେବ ପାଣିଗ୍ରାହୀ ପ୍ରମୁଖ ପୂଜା ଆରମ୍ଭର ମୁଖ୍ୟ ପୁରୋଧା ଥିଲେ । ସେହିଦିନ ଠାରୁ ମାଙ୍କ ନିକଟରେ ଆମିଷ ଭୋଗ ଓ ପୋଡ଼ା ମାଛ ନୈବେଦ୍ୟ ଭାବେ ଅର୍ପଣର ପରମ୍ପରା ରହିଆସିଛି । ପୂଜା ଆରମ୍ଭ ଦିନ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ଆମିଷ ଅନ୍ନ ଭୋଜନ କରିଥାନ୍ତି । ଏହାଛଡ଼ା ପ୍ରତିଦି ମାନସିକଧାରୀମାନେ ମଧ୍ୟ ପାଳି କରି ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ଭୋଜନ ପ୍ରଦାନ କରିଥାନ୍ତି । ଚଳିତ ବର୍ଷ ପୂଜକ ଭାବେ ଶ୍ୟାମସୁନ୍ଦର ମିଶ୍ର, ରଶ୍ମିରଞ୍ଜନ ମିଶ୍ର ଓ ବିଶ୍ୱରଞ୍ଜନ ମିଶ୍ର ପୂଜାକାର୍ଯ୍ୟ ତୁଲାଉଛନ୍ତି । ପୂଜା କମିଟିର ସଭାପତି ଅଭୟ କର, ସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତି, ହରସିଂହପୁର ସରପଂଚ ଅଜୟ ମହାନ୍ତି, ସମିତିସଭ୍ୟ ଧୀରେନ କୁମାର ସାହୁ, ଉପଦେଷ୍ଟା ପୂର୍ବତନ ସରପଂଚ ପ୍ରଫୁଲ୍ଲ ପାଢ଼ୀ, ମନମୋହନ ରାଉତ, କୃତିବାସ ସାହୁ, ପ୍ରଫୁଲ୍ଲ ବେହେରା, ଶରତ ପାଢ଼ୀ, ଗଙ୍ଗାଧର ପାଣ୍ଡ୍ୱ, ଖାରବେଳ ମହାକୁଡ଼, ଶିବଶଙ୍କର ପାଢ଼ୀ, ଦୁର୍ଯ୍ୟୋଧନ ବାରିକ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ପୂଜା କମିଟି କର୍ମକର୍ତା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.