Home ଓଡ଼ିଶା ପିପିଲି: ମାରଣାସ୍ତ୍ର ସହ ଡକାୟତି ଗ୍ୟାଙ୍ଗର ୩ ଗିରଫ

ପିପିଲି: ମାରଣାସ୍ତ୍ର ସହ ଡକାୟତି ଗ୍ୟାଙ୍ଗର ୩ ଗିରଫ

25

ପୁରୀ ୩୦ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ପୁରୀ ଜିଲ୍ଲା ପିପିଲି ପାଇପାସ ଜାତୀୟ ରାଜପଥ ବାରମ୍ବାର ଲୁଟ ଘଟଣାରେ ପୋଲିସର ମୁଣ୍ଡ ବିନ୍ଧାର କାରଣ ସାଜିଥିବା ଡକାୟତ ଗ୍ୟାଙ୍ଗକୁ ଧରିବାରେ ପିପିଲି ପୋଲିସ ସଫଳ ହୋଇଛି। ମାରଣାସ୍ତ୍ର ସହ ଡକାୟତି ଗ୍ୟାଙ୍ଗର ୩ଜଣକୁ ଗିରଫ କରିଛି ପିପିଲି ପୋଲିସ। ମାରଣାସ୍ତ୍ର ସହିତ ଲୁଟ ଜିନିଷକୁ ଜବତ କରିଥିବା ପିପିଲି ଥାନା ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି SDPO ଦେବଦତ୍ତ ବରାଳ। ଗିରଫ ସମସ୍ତ ଅପରାଧି ହେଲେ ମହମ୍ମଦ ଅରମାନ ଓରଫ ଅରମାନ ସା (୨୦), ରୁଦ୍ରନାରାୟଣ ସ୍ବାଇଁ ଓରଫ ବାବୁ(୧୯) ଓ ଆବାସ ସା ଓରଫ ଅବୁ (୨୩)କୁ ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତ ମାନେ ପେଷାଦାର ଅପରାଧି ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅରମାନ ନାମରେ ପୂର୍ବରୁ ପିପିଲି, ଡେଲାଙ୍ଗ ଓ କାକଟପୁର ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଗତ ୨୭।୧୧।୨୦୨୧ରେ ୬ଜଣ ଦୁର୍ବୁତ୍ତ ୨ଟି ମୋଟର ସାଇକେଲରେ ଆସି ପିପିଲି ୩୧୬ନମ୍ବର ଜାତୀୟ ରାଜପଥ ଟୋଲଗେଟ ଓ ଭୋଗୁଆବାଙ୍କ ରୁ ୨ଜଣ ବ୍ୟକ୍ତିଙ୍କ ଠାରୁ ଛୁରୀ ଦେଖେଇ ୨ଟି ଦାମୀ ମୋବାଇଲ ଫୋନ ୨ହଜାର ଟଙ୍କା ଓ ଗୋଟିଏ ରୁପା ବ୍ରେସଲେଟ ଲୁଟି ନେଇ ଥିଲେ। ପିପିଲି ଥାନାରେ ଅଭିଯୋଗ ହେବା ପରେ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଥିଲା। ପରେ ଅପରାଧିମାନଙ୍କୁ ଧରିବା ପାଇଁ ପୁରୀ ଏସ୍ପି କେ.ବିଶାଳ ସିଂ ଙ୍କ ନିର୍ଦ୍ଦେଶ ରେ ପିପିଲି SDPO ଦେବଦତ୍ତ ବରାଳ ଓ ଥାନାଧିକାରୀ ଅଭିମନ୍ୟୁ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଜାତୀୟ ରାଜପଥ ଲୁଟ ଘଟଣାରେ ତଦନ୍ତ କରାଯାଇ ସଂପୃକ୍ତ ଥିବା ଗ୍ୟାଙ୍ଗ ର ୩ଜଣ ସଦସ୍ୟଙ୍କୁ ଧରିବାରେ ସ୍ଥାନୀୟ ପୋଲିସ ସଫଳ ହୋଇଥିଲା। ସେମାନଙ୍କ ଠାରୁ ୬ଟି ମୋବାଇଲ, ଗୋଟିଏ ରୁପା ବ୍ରେସଲେଟ ଓ ଡକାୟତିରେ ବ୍ୟବହୃତ ଦୁଇଟି ଛୁରୀ ଓ ପଲସର ଗାଡିକୁ ଜବତ କରାଯାଇଛି। ଅନ୍ୟ ଅପରାଧି ମାନଙ୍କୁ ଧରିବା ପାଇଁ ପିପିଲି ପୋଲିସର ପ୍ରଚେଷ୍ଟା ଜାରି ରହିଥିବା ବେଳେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରା ଛକ ଠାରୁ ବାଟ ଗାଁ ପର୍ଯ୍ୟନ୍ତ ଜାତୀୟ ରାଜପଥ କଡରେ ଥିବା ସମସ୍ତ ଢ଼ାବା ହୋଟେଲ ଉପରେ ନଜର ରଖିବା ସହିତ ପୋଲିସ ପ୍ରାଟୋଲିଂକୁ କଡାକଡି କରା ଯାଉଥିବା SDPO ଶ୍ରୀ ବରାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.