Home ଓଡ଼ିଶା ସମ୍ଭାବ୍ୟ ବାତ୍ୟା ମୁକବିଲା ନେଇ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ

ସମ୍ଭାବ୍ୟ ବାତ୍ୟା ମୁକବିଲା ନେଇ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ

32

ପୁରୀ ୩୦ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣି ବଳୟ ଘନୀଭୂତ ହୋଇ ବାତ୍ୟା ର ରୂପ ନେଇ ପାରେ। ଆସନ୍ତା ୩ ତାରିଖରୁ ୫ ତାରିଖ ଯାଏ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସହିତ ଅଧିକ ପବନ ମଧ୍ୟ ବହିବାର ଆଶଙ୍କା ରହିଛି। ଏଣୁ ଉପକୂଳବର୍ତ୍ତୀ ଜିଲାପାଳ ଙ୍କୁ ସମ୍ଭାବ୍ୟ ବାତ୍ୟା ମୁକବିଲା ନେଇ ପ୍ରସ୍ତୁତ ରହିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମ ରେ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ଥିବା ବେଳେ ଜରୁରୀ କାଳୀନ ବିଭାଗ କୁ ଆଲର୍ଟ କରାଯାଇଛି। ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତି କରାଯାଇଛି। ଅଗ୍ନିଶମ, ବିଦ୍ୟୁତ, ପାନୀୟ ଜଳ, ଯୋଗାଣ ବିଭାଗ ସମେତ ଅନ୍ୟ ଜରୁରୀ କାଳୀନ ବିଭାଗ କୁ ପ୍ରସ୍ତୁତ ରଖାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ପଦକ୍ଷେପ ନିଆଯାଉ ଥିବା ପୁରୀ ଜିଲାପାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.