Home Top News ବାଲୁକା କଳାରେ ବିଶ୍ୱ ଏଡ୍ସ ଦିବସର ସଚେତନତା

ବାଲୁକା କଳାରେ ବିଶ୍ୱ ଏଡ୍ସ ଦିବସର ସଚେତନତା

122

ପୁରୀ ୧-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଡିସେମ୍ବର ମାସ ଏକ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଏ। ଏଡ୍ସ ରୋଗର ଭୟାବହତା ଓ ଏ ନେଇ କିଭଳି ସାବଧାନତା ଅବଲମ୍ବନ କରାଯାଇ ପାରିବ ସେ ନେଇ ସାରା ବିଶ୍ୱରେ ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ଏକ ତାରିଖ କୁ ୟୁଏନ୍‌ ର ସଦସ୍ୟ ରାଷ୍ଟ୍ରମାନେ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରିଥାନ୍ତି। ଏହି ଅବସରରେ ବାଲୁକା ଚିତ୍ରକଳାରେ ଏଡ୍ସକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ସୁଦର୍ଶନ ଅତି ସୁନ୍ଦର ଭାବେ ବାଲୁକା ଚିତ୍ରକଳାଟି ଗଢି ଥିବା ବେଳେ ଚିତ୍ରରେ ରେଡ଼ ରିବନ୍ କୁ ସ୍ଥାନ ଦେଇଛନ୍ତି ଏବଂ ଏଡ୍ସ କୁ ନେଇ ସଚେତନତା ବାର୍ତ୍ତା ମଧ୍ୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.