Home ଓଡ଼ିଶା ସମ୍ବଲପୁରରେ ପ୍ରତିଷ୍ଠା ହେବ ସୈନିକ ସ୍କୁଲ

ସମ୍ବଲପୁରରେ ପ୍ରତିଷ୍ଠା ହେବ ସୈନିକ ସ୍କୁଲ

155

ନୂଆ ଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) ଦେଶରେ ୫ଟି ନୂଆ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ। ଏଥିମଧ୍ୟରୁ ଗୋଟିଏ ଓଡ଼ିଶାର ସମ୍ବଲପୁରଠାରେ ଆରମ୍ଭ କରାଯିବାର ପ୍ରସ୍ତାବ ରହିଛି। ଏହି ସୈନିକ ସ୍କୁଲ ୨୦୨୦ ଏପ୍ରିଲ ପହିଲା ଠାରୁ ଆରମ୍ଭ ହେବ। ଏହାଛଡ଼ା ଉତର ପ୍ରଦେଶର ଆମେଥି, ରାଜସ୍ଥାନର ଅଲୱର, ଉତରାଖଣ୍ଡର ରୁଦ୍ରପ୍ରୟାଗ, ତେଲଙ୍ଗାନାର ୱାରାଙ୍ଗଲରେ ମଧ୍ୟ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ। ଆଜି ଏ ସଂକ୍ରାନ୍ତରେ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ।

ମନ୍ତ୍ରୀ ସୂଚନାରେ କହିଥିଲେ ଯେ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ସୈନିକ ସ୍କୁଲ ପ୍ରତିଷ୍ଠା କରାଯାଇଥାଏ। ରାଜ୍ୟ ସରକାର ଏଥିପାଇଁ ଜମି ଯୋଗାଇ ଦେବା ସହ ମୌଳିକ ଭିତିଭୂମି, ସରଞ୍ଜାମ କ୍ରୟ ଓ ଅନ୍ୟାନ୍ୟ ସୁବିଧା ସହିତ ସମ୍ପୃକ୍ତ ରାଜ୍ୟର ଶ୍ରେଷ୍ଠ କ୍ୟାଡେଟଙ୍କୁ ବୃତି ପ୍ରଦାନ କରିବା ଲାଗି ପାଣ୍ଠି ଗଠନ କରିଥାନ୍ତି। ରାଜ୍ୟ ସରକାରଙ୍କ ଠାରୁ ପ୍ରସ୍ତାବ ମିଳିବା ପରେ ସୈନିକ ସ୍କୁଲ ସୋସାଇଟିର ଅଧିକାରୀମାନେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ଚୁଡ଼ାନ୍ତ ନିଷ୍ପତି ନେଇଥାନ୍ତି।

ସୈନିକ ସ୍କୁଲର ଛାତ୍ରଛାତ୍ରୀ ଭାରତୀୟ ସଶସ୍ତ୍ର ସେନାବାହିନୀରେ ବଡ଼ ପଦପଦବୀରେ ରହିବା ସହ ଜନସେବା, ପ୍ରଶାସନ ଓ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠିତ ହେବାର ନଜିର ରହିଛି।

ସୈନିକ ସ୍କୁଲର ପ୍ରଦର୍ଶନ ଏବଂ ଶିକ୍ଷାଦାନର ମାନକୁ ନେଇ ସରକାର ସନ୍ତୁଷ୍ଟ। ଜାତୀୟ ପ୍ରତିରକ୍ଷା ଏକାଡେମୀ, ଭାରତୀୟ ନୌସେନା ଏକାଡେମୀ, ସେନାଧିକାରୀ ତାଲିମ ଏକାଡେମୀ ଆଦିରେ ବହୁସଂଖ୍ୟକ କ୍ୟାଡେଟ ଯୋଗ ଦେବାରୁ ସୈନିକ ସ୍କୁଲର ଉପଯୋଗିତା ପ୍ରମାଣିତ ହୋଇଛି। ଆହୁରି ପରିବର୍ତିତ ଶିକ୍ଷାଦାନ ଆବଶ୍ୟକତା ସହ ଖାପଖୁଆଇବା ପାଇଁ ସୈନିକ ସ୍କୁଲର ଶିକ୍ଷକମାନଙ୍କ ପାଇଁ ନିୟମିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.