Home ଜିଲ୍ଲା ପରିକ୍ରମା ପାଦ ଚଲା ପୋଲ ଶିଳାନ୍ୟାସ

ପାଦ ଚଲା ପୋଲ ଶିଳାନ୍ୟାସ

8

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନଗୁଆଁ ଗ୍ରାମପଞ୍ଚାୟତ ୧୬ନଂ ଜାତୀୟ ରାଜପଥର ପାହିମହୁରା ଛକ ଠାରେ ପାଦଚଲା ପୋଲ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ କରାଯାଇଛି । ଜାତୀୟ ରାଜପଥର ଏହି ସ୍ଥାନରେ ଏକ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦୀର୍ଘଦିନ ହେବ ଦାବି କରିଆସୁଥିଲେ । ତଦନୁଯାୟୀ କେନ୍ଦ୍ର ସରକାର ପୋଲ ନିର୍ମାଣ ପାଇଁ ୧ କୋଟି ୬୦ ଲକ୍ଷ ଟଙ୍କା ଅର୍ଥ ମଂଜୁର କରିଛନ୍ତି । ଏହି ପୋଲ ନିର୍ମାଣରେ ଉଦ୍ୟମ ଜାରି ରଖି ସଫଳ ହୋଇଥିବା ବିଜେପି ନେତା ପଂଚାନନ ରାଉତଙ୍କ ଉପସ୍ଥିତିରେ ଆଜି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲା ବିଜେପି ସଭାପତି ଅକ୍ଷୟ କୁମାର ସାହୁ, ଦଳର ବରିଷ୍ଠ ନେତା ପ୍ରକାଶ ମହାପାତ୍ର, ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା, ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ସ୍ଥାନୀୟ ସରପଞ୍ଚ କାଞ୍ଚନବାଳା ପାତ୍ର, ସୁବାଷ ଚନ୍ଦ୍ର ପାତ୍ର, ଉମାଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏମାନଙ୍କ ମଧ୍ୟରେ ସୁବାଷ ଗୋଚ୍ଛାୟତ, ଚିନ୍ମୟ ପଟ୍ଟନାୟକ, ମାନସ କୁମାର ପାତ୍ର, ସନ୍ତୋଷ ସାହୁ, ସୁରେଶ ସ୍ୱାଇଁ, ରବି ସାହୁ, ଲକ୍ଷ୍ମୀଧର ସାହୁ, କୃଷ୍ଣଚନ୍ଦ୍ର ସାହୁ, ବୈଦ୍ୟନାଥ ଦାସ, ପ୍ରହ୍ଲାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ପୋଲ ନିର୍ମାଣ କାର୍ଯ୍ୟ ଆସନ୍ତା ୩ ମାସ ମଧ୍ୟରେ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.