Home ଜିଲ୍ଲା ପରିକ୍ରମା ସମାଜସେବୀ ଅଶୋକ ନାୟକଙ୍କ ସ୍ମୃତିସଭା

ସମାଜସେବୀ ଅଶୋକ ନାୟକଙ୍କ ସ୍ମୃତିସଭା

5

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ଗ୍ରାମର ଯୁବ ସମାଜସେବୀ ସ୍ୱର୍ଗତ ଅଶୋକ ନାୟକଙ୍କ ଦ୍ୱାଦଶାହ ପାଳନ ଅବସରରେ ସ୍ମୃତିସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ କାର୍ତ୍ତିକ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ, ଅବସରପ୍ରାପ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସ, ପ୍ରାକ୍ତି ବିଜେପି ଜିଲ୍ଲା ସଭାପତି ଅକ୍ଷୟ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ପ୍ରାକ୍ତନ ଅଧ୍ୟକ୍ଷ ପିତାମ୍ବର ନାୟକ, ପ୍ରାକ୍ତନ ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡା, ସମତି ସଭ୍ୟା କମଳା ଜେନା, ଜିଳ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ପଞ୍ଚାନନ ରାଉତ, ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ଗୋଲକ ବେହେରା, ରାମଚନ୍ଦ୍ର ସେନାପତି, ଶିକ୍ଷାବିତ ନଟବର ରାଉଳ ସ୍ୱର୍ଗତ ନାୟକଙ୍କ ସମାଜସେବା ଗୁଣାବଳୀ, ସେବାସଂସ୍କୃତି କାର୍ଯ୍ୟାବଳୀ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜିବ ପରିଡା, ଗଗନ ସେଠୀ, କଳାକାଳ କିର୍ତ୍ତନ ଧଳ, ଅନନ୍ତ ତ୍ରିପାଠୀ, ଡା ଯୋଗେନ୍ଦ୍ର ଦାଶ, କିଶୋର ଶେଣ୍ଢ, ଅଶୋକ ଦାସ, ଜଗନ୍ନାଥ ଦାସ, ତ୍ରିଲୋଚନ ଦାଶ, ରତ୍ନାକର ଦାସ, ପରମେଶ୍ୱର ନାୟକ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରଦୋଷ ନାୟକ କୃତଜ୍ଞତା ଅର୍ପଣ କରିଥିଲେ । ପ୍ରଫୁଲ୍ଲ, ପ୍ରଶାନ୍ତ, ଶଶାଙ୍କ, ସୁଧାଂଶୁ, ସିଦ୍ଧାର୍ଥ, ସୁବ୍ରତ, ପୁତ୍ର ସମ୍ବିତ, ଅଜିତ, ପ୍ରିୟବ୍ରତ, ସତ୍ୟବ୍ରତ, ବିଶ୍ୱଜିତ, ସୌମ୍ୟା, ଦିପିକା, ସଂଗ୍ରାମ, ବାପି, ହାପି, ଦିପୁ ଆଦି ପରିବାରବର୍ଗ ସଭା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.