Home ଜିଲ୍ଲା ପରିକ୍ରମା କବି ଭରତ ଚନ୍ଦ୍ର ଦାଶଙ୍କ ପ୍ରୀତିପ୍ରଭା ଲୋକାର୍ପଣ, ହୃଦୟକୁ ଆନ୍ଦୋଳିତ କରୁଥିବା କବିତା ହିଁ କାଳଜୟୀ

କବି ଭରତ ଚନ୍ଦ୍ର ଦାଶଙ୍କ ପ୍ରୀତିପ୍ରଭା ଲୋକାର୍ପଣ, ହୃଦୟକୁ ଆନ୍ଦୋଳିତ କରୁଥିବା କବିତା ହିଁ କାଳଜୟୀ

6

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଷ୍କାମ ପ୍ରେମ ସର୍ବଦା ଯନ୍ତ୍ରଣାରହିତ, ବେଦନା ବିସର୍ଜିତ, ସମସ୍ତଙ୍କୁ ଆପଣାର କରିବା ମଧ୍ୟରେ କବିଟିଏ ପ୍ରେମିଳ ହୋଇଉଠେ କବିତାର ଚିର ସୌନ୍ଦର୍ଯ୍ୟବୋଧ ମଧ୍ୟରେ ଜୀବନଦର୍ଶନର ମାର୍ମିକ ଉପଲବ୍ôଧ ଅନୁଭବ କରେ, ଯାହା ହୃଦୟକୁ ଆନ୍ଦୋଳିତ କରେ, ତାହା ହିଁ କାଳଜୟୀ ବୋଲି ବିଶିଷ୍ଟ କବି ଶିକ୍ଷାବିତ୍ ପ୍ରଫେସର ଡ. ଶଶଧର ଦାସ ମତ ଦେଇଛନ୍ତି । ଭଦ୍ରକ ଲେଖିକା ସଂସଦ ଆନୁକୂଲ୍ୟରେ ମହେନ୍ଦ୍ର ଭବନ ସଭାଗୃହରେ ଆୟୋଜିତ ଯଶସ୍ୱୀ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଭରତ ଚନ୍ଦ୍ର ଦାଶଙ୍କ ତ୍ରୟୋଦଶ ଏକପଦୀ କବିତା ସଂକଳନ ପ୍ରୀତିପ୍ରଭା ପାଠକାର୍ପଣ ଉତ୍ସବରେ ଭଦ୍ରକ ଲେଖିକା ସଂସଦର ସଭାପତି ତଥା ବିଶିଷ୍ଟ କଥାକାର ପ୍ରଫେସର ଡ. ଝରଣା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ବରେଣ୍ୟ ଅତିଥି ଭାବେ ପ୍ରଫେସର ଡ. ଶଶଧର ଦାସ ଯୋଗଦେଇ ପ୍ରୀତିପ୍ରଭାର ଶୁଭ ପାଠକାର୍ପଣ କରି ପ୍ରେମ ପ୍ରଣୟ ସାହିତ୍ୟର କବି ଭରତ ଚନ୍ଦ୍ର ଦାଶଙ୍କ ଏକପଦୀ ଏକ ଅନନ୍ୟ ସଅଷ୍ଟି ବୋଲି ମତ ଦେଇଥିଲେ । ପ୍ରୀତିପ୍ରଭାର ପ୍ରତ୍ୟେକ ପଦରେ ପାଠକଟିଏ ଏହାର ସତ୍ୟତା ବାରିପାରିବ ବୋଲି ବିଶିଷ୍ଟ କବି ତଥା ଭେଷଜବିତ୍ ଡାକ୍ତର ଦୁର୍ଯ୍ୟୋଧନ ଦାସ ବୈଜ୍ଞାନିକ ଦୃଷ୍ଟିକୋଣରେ ପ୍ରେମର ସୃଷ୍ଟି ହୃଦୟରେ ନୁହେଁ ମସ୍‌ିଷ୍କର ଏକ ରାସାୟନିକ ପ୍ରକ୍ରିୟାରୁ ଏହାର ସୃଷ୍ଟି ବୋଲି କହିଥିଲେ । ବିଦଗ୍ଧ ଚିନ୍ତାମଣି ଠାରୁ ମାନସିଂହଙ୍କ ପର୍ଯ୍ୟନ୍ତ ପ୍ରଣୟ କବିତା ସଂପର୍କରେ ମତ ରଖିଥିଲେ ।

ବିଶିଷ୍ଟ ପ୍ରାବନ୍ଧିକା ପ୍ରଫେସର ଡକ୍ଟର ସୋମା ଚାନ୍ଦ ସୃଜନ ଠାରୁ ପାଠକ ସୃଷ୍ଟିକୁ ସେ ଗୁରୁତ୍ୱ ଦେଇ ପ୍ରତ୍ୟେକ ସ୍ରଷ୍ଟା ଜଣେ ଜଣେ ପାଠକ ସୃଷ୍ଟି କରିବା ଆବଶ୍ୟକ, ତାନହେଲେ ଆମକୁ କିଏ ପଢିବ ବୋଲି କହିଥିଲେ । ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ପ୍ରୀତିପ୍ରଭା କବି ଭରତ ଚନ୍ଦ୍ର ଦାଶଙ୍କ ଏକ ସଫଳ ସୃଷ୍ଟି । ଏହା ହୃଦୟକୁ ଆନ୍ଦୋଳିତ କରିବା ସହ ପ୍ରାଣକୁ ଛୁଇଁବ ବୋଲି ମତ ଦେଇଥିଲେ । ସଭାପତି ପ୍ରଫେସର ଝରଣା ପଟ୍ଟନାୟକ ପ୍ରୀତିପ୍ରଭା କବିତା ସଂକଳନରେ ପାଠକର ହୃଦୟକୁ ବାନ୍ଧି ରଖିବାର ସାମର୍ଥ୍ୟ ରହିଛି ବୋଲି କହିଥିଲେ । କବି ଭରତ ଚନ୍ଦ୍ର ଦାଶ ଲେଖକୀୟ ବକ୍ତବ୍ୟ ରଖିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ କବି ଭରତ ଚନ୍ଦ୍ର ଦାଶ ଏକପଦୀ କବିତା ରଚନାରେ ଜଣେ ସ୍ପର୍ଦ୍ଦିତ ଉଚ୍ଚାରଣ । ସେ ପ୍ରୀତିପ୍ରଭା ସମେତ ୧୩ ଖଣ୍ଡ ଏକପଦୀ କବିତା ସଂକଳନର ସ୍ରଷ୍ଟା । ପ୍ରୀତିପ୍ରଭା ପାଠକାର୍ପଣ ଉତ୍ସବରେ କବି ଅବନୀ ପ୍ରଧାନ, ଡକ୍ଟର ରାଧାରାଣୀ ମହାପାତ୍ର, ଡକ୍ଟର ପ୍ରଭାତ ନଳିନୀ ମହାପାତ୍ର, ଗୀତାରାଣୀ ଆଇଚ, ଦୀପ୍ତିରାଣୀ ସାହୁ, ପତିତ ପାବନ ପାଣି, ସଦାନନ୍ଦ ପାଣିଗ୍ରାହୀ, ବିକାଶ କୁମାର ଶତପଥୀ, ମନୋଜ ପଣ୍ଡା, ଅଧ୍ୟାପିକା ଅନୁପମା ଘଡେଇ, ଅରୂପାନନ୍ଦ ନାୟକଙ୍କ ସମେତ ଭଦ୍ରକ ଲେଖିକା ସଂସଦର ସଦସ୍ୟା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.