Home ଓଡ଼ିଶା ପାଣ୍ଡିଆନଙ୍କର କେନ୍ଦୁଝର ଗସ୍ତକୁ ନେଇ ପ୍ରଶାସନ ଛାନିଆ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁଦ୍ଧ କାଳୀନ...

ପାଣ୍ଡିଆନଙ୍କର କେନ୍ଦୁଝର ଗସ୍ତକୁ ନେଇ ପ୍ରଶାସନ ଛାନିଆ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁଦ୍ଧ କାଳୀନ ଭିତିରେ ଚାଲିଛି ସଫା ସୁତୁରା ସାଙ୍ଗକୁ ମରାମତି ଓ ନିର୍ମାଣ କାମ

170

କେନ୍ଦୁଝର, ୧୨ ଅକ୍ଟୋବର ୧୯ (ଓଡ଼ିଆ ପୁଅ/ବିଭୂତିଭୂଷଣ ପଟ୍ଟନାୟକ) ରାଜ୍ୟ ସରକାରଙ୍କର ପ୍ରଭାବଶାଳୀ ତଥା ୫ T ସଚିବ ଭି କାର୍ତିୟାନ ପାଣ୍ଡିଆନଙ୍କର କେନ୍ଦୁଝର ଜିଲ୍ଲା ଗସ୍ତକୁ ନେଇ ପ୍ରଶାସନ ପୁରା ଛାନିଆ ହୋଇ ପଡିଛି। ଏବଂ ସୁପ୍ତ ପ୍ରଶାସନ ହଠାତ୍ ଏବେ ହଠାତ୍ ଚଳ ଚଞ୍ଚଳ ହୋଇ ଉଠିଛି। ବର୍ଷ ବର୍ଷ ଧରି ଅଳିଆ ଅବର୍ଜ୍ଜନା ରେ ପୋତିହୋଇ ପଡିବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ଅଣନିଶ୍ୱାସୀ ହୋଇ ପଡି ରହିଥିବା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ସଫା ସୁତୁରା। ମରାମତି ଓ ନିର୍ମାଣ କାମ ସଙ୍ଗକୁ ରଙ୍ଗ ମାରି ଚକ୍ ଚକ୍ କରିବାର ଉଦ୍ୟମ। ଯାହାକି ସରକାରଙ୍କର ପ୍ରବାବଶାଳୀ ସଚିବ ପାଣ୍ଡିଆନଙ୍କ ପ୍ରତି ପ୍ରଶାସନର ରହିଥିବା ଭୟଙ୍କୁ ହିଁ ଦର୍ଶାଉ ଅଛି।

ମୋ ସରକାର ଯୋଜନା କାର୍ଯ୍ୟକ୍ରମ ବିଭିନ୍ନ ଅଞ୍ଚଳରେ ଏକ ପ୍ରକାର ପ୍ରହସନ ପାଲଟିଥିବା ଲକ୍ଷ୍ୟ କରାଯାଉଥିବା ବେଳେ ଏବେ ତୃଣମୂଳ ସ୍ତରରେ କିଭଳି କାର୍ଯ୍ୟକାରୀ ହେଉଛି ଏବଂ ୫ T – କୁ ପ୍ରଶାସନ ସ୍ତରରେ କିପରି ପାଳନ କରାଯାଉଛି ତାହାକୁ ବ୍ୟକ୍ତିଗତ ଭାବେ ନିକଟରୁ ପରଖିବା ସହ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ପାଣ୍ଡିଆନ ରାଜ୍ୟର ଜିଲ୍ଲା ଗସ୍ତ କରୁଥିବା ବେଳେ ତାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ ଓ କିଛି ବରିଷ୍ଠ ଅଧିକାରୀ ରହିଛନ୍ତି। ଏହି କ୍ରମରେ ଆସନ୍ତାକାଲି ରବିବାର ଦିନ କେନ୍ଦୁଝର ଜିଲ୍ଲା ଆସିବାର ସମ୍ଭାବନା ରହିଥିବା କାରଣରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ବେଶ ସକ୍ରିୟ ହୋଇ ଉଠିଛି। ତେଣୁ ବର୍ଷ ବର୍ଷ ଧରି ଅପରିଷ୍କାର, ଅଳିଆ ଆବର୍ଜ୍ଜନା ରେ ଭର୍ତି ହୋଇ ରୋଗ ବିତରଣ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହୁଏତ ଏବେ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ପ୍ରଶାସନିକ ଅଧିକାରୀ ଙ୍କର ଅବହେଳାର ଶିକାର ହୋଇ ବ୍ୟାଧିଗ୍ରସ୍ତ ହୋଇପଡିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଏବେ ଚିକିତ୍ସିା ଚିକିତ୍ସା ଆରମ୍ଭ ହୋଇଥିବା ଭଳି ମନେ ହେଉଛି। ୫ –ଟି ସଚିବ ପାଣ୍ଡିଆନଙ୍କ କୁହା ଯାଉଥିବା ଅଚାନକଗସ୍ତ କୁ ଆଖି ଆଗରେ ରଖି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଯୁଦ୍ଧକାଳୀନ ଭିତିରେ ବର୍ଷ ବର୍ଷ ଧରି ପିଡରହିଥିବା ଅଳିଆ ସଫା ଚାଲିବା ସହ ଚକା ଚକ ଦେଖାଇବା ଲାଗି ଚିକିତ୍ସାଳୟକୁ ରଙ୍ଗା କରାଯାଉଛି। ରୋଗୀଙ୍କ ବ୍ୟବହାରରେ ଲାଗୁଥିବା ଛିଣ୍ଡା ଦଦରା ଗଦି ଫଟା ଫଟି ବେଡସିଟ କୁ ସବୁ ବଦଳା ଯାଉଛି। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଓ କାମ କରୁନଥିବା ଫ୍ୟାନ ଲାଇଟ ସବୁ ମରାମତି ଓ ବଦଳା ଚାଲିଛି। ଭଙ୍ଗା ଦଦରା କାନ୍ଥ ପାଚେରୀ ଆଦି ମରାରାତି ଚାଲିଛି। ହେଲେ ଚିକିତ୍ସାଳୟ ର ତଥା ରୋଗୀଙ୍କର ଚିକିତ୍ସା କ୍ଷେତ୍ରରେ ପ୍ରକୃତ ତଥା ବାସ୍ତବ ସୁଧାରା ଆସୁ କି ନାହି ଉପର ଦେଖାଣିଆ ଭାବରେ ହେଲେବି କେବଳ ପାଣ୍ଡାଆନ ଙ୍କୁ ଖୁସି କରି ତାଙ୍କର ପ୍ରିୟ ହେବା ଲକ୍ଷ୍ୟରେ ଏପରି କରାଯାଉଥିବା ଘଟଣା ଅବଶ୍ୟ କେନ୍ଦୁଝର ଲୋକଙ୍କୁ ଆଜି ଅଜଣା ନୁହେଁ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି। ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ୍ରେନରେ ପାଣି ଜମି ରହିଛି ଓ ବିଭିନ୍ନ ବିଭାଗର ସାମନାରେ ପ୍ରବଳ ଅପରିଷ୍କାର ସହ ପାଣି ଜମି ରହି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାସ୍ତବ ସ୍ଥିତିକୁ ନେଇ ଆଇନଜିବୀ ସନ୍ତୋଷ ସାହୁ, ପ୍ରୋଗ୍ରେସିଭ ସିଟିଜେନ ଫୋରମର ସଭାପତି ଧୀରେନ ରାଉତ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଏଭଳି ଲୋକଦେଖାଣିଆ କାମ କେତେ ଦିନ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପାଣ୍ଡିଆନଙ୍କ ଗସ୍ତ କୁଆଡେ ଅଚାନକ ଓ ଗୁପ୍ତ ଥିବା କୁହାଯାଉ ଥିବା ବେଳେ ପ୍ରଶାସନ ତାହା ଜାଣୁଛି କିପରି ତାହା ଉପରେ ପ୍ରଶ୍ନ ଉଠିବା ସ୍ୱଭାବିକ। ଫଳରେ ପାଣ୍ଡିଆନ୍ ଙ୍କୁ ଅସନ୍ତୁଷ୍ଟ ହେବା ଲାଗି ସୁଯୋଗ ନଦେଇ ପ୍ରଶାସନ ତାର ଭୁଲ ତ୍ରୃଟି ଉପରେ ପରଦା ଢାଙ୍କିବାକୁ ଚେଷ୍ଟା କରିବା ସ୍ୱଭାବିକ। ତେବେ ଏଭଳି ସ୍ଥିତିରେ ଏହି ଗସ୍ତ କେବଳ ଲୋକ ଦେଖାଣିଆ ବୋଲି ଯଦି କୁହାଯାଏ ତେବେ ଭୁଲ ରହିଲା କେଉଁଠି ?

ଅନ୍ୟ ପକ୍ଷରେ ସିଡିଏମ୍ଓ ଅଶୋକ ମିଶ୍ର ଙ୍କର କହିବା କଥା ହେଲା ଯେ ଆସନ୍ତା କାଲି ରବିବାର ଦିନ ୫-ଟି ଟିମ ଆସୁଛନ୍ତି। ହେଲେ ଅନେକ ବିଭାଗର ଗୃହ କାମ ସରିଥିଲା ତେଣୁ ବିଭାଗ ସିଫ୍ଟ ହେଉଛି। ଓ ଡ୍ରେନ ରେ ପିଣି ଜମି ରହୁଥିବାକୁ ସେ ସ୍ୱୀକାର କରିବା ସହ ମ୍ୟୁନିସିପାଲଟି ସହ କଥା ହୋଇ ତାହାର ସମାଧାନ ହେବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.