Home ଜିଲ୍ଲା ପରିକ୍ରମା ଆରଡି ଗ୍ରାମପଞ୍ଚାୟତରେ ରିଲିଫ୍ ଓ ରାସନ୍ ସାମଗ୍ରୀ ହଡପ ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଆରଡି ଗ୍ରାମପଞ୍ଚାୟତରେ ରିଲିଫ୍ ଓ ରାସନ୍ ସାମଗ୍ରୀ ହଡପ ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

25

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଆରଡି ଗ୍ରାମପଞ୍ଚାୟତ ଅଧୀନସ୍ଥ କେତେକ ଗ୍ରାମବାସୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ସରକାରଙ୍କ ପକ୍ଷରୁ ମିଳୁଥିବା ରାସନ୍ ସାମଗ୍ରୀ ଓ ରିଲିଫ୍ ଚାଉଳ ବାଟମାରଣା ନେଇ ଜିଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏହି ପଂଚାୟତର ମୁଆଁ, ସାନପଙ୍କି, ବାତୁଳ, ସନ୍ତରା, ଶୀତଳାପୁର ଏବଂ ଆରଡି ଗ୍ରାମର ନାରାୟଣ ଦାସ, ଗଂଗାଧର ଦାସ, ଶରତ ମଲ୍ଲିକ ଓ ବିମ୍ବାଧର ଦାସ ପ୍ରମୁଖ ଜିଲାପାଳଙ୍କୁ ଭେଟି ଦେଇଥିବା ଅଭିଯୋଗ ପତ୍ର ମୂଳେ ସେମାନଙ୍କୁ ପ୍ରତିମାସ ମିଳୁଥିବା ରାସନ୍ ସାମଗ୍ରୀ ଓ ମହାମାରୀ କରୋନା ସମୟରେ ଆସିଥିବା ସ୍ୱତନ୍ତ୍ର ରିଲିଫ୍ ଚାଉଳକୁ ଆରଡି ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ସଲାସୁତୁରାରେ ସେମାନଙ୍କୁ ମଇ, ଜୁନ୍‌, ଜୁଲାଇ ଓ ଅଗଷ୍ଟ ଭଳି ୪ ମାସର ଚାଉଳ ଦେଇନାହାଁନ୍ତି । ସେମାନେ ଗାଁ ଗାଁ ବୁଲି ହିତାଧିକାରୀଙ୍କ ଠାରୁ ଆଇ ସ୍କାନ କରି ରିଲିଫ୍ ଚାଉଳ ବଣ୍ଟନ ସମୟରେ ଦୁଇମାସର ରାସନ୍ ଖାତାରେ ପକାଇ ଅନ୍ୟ ଦୁଇ ମାସର ଚାଉଳ ହଡପ କରିଥିବାର ଅଭିଯୋଗ ହୋଇଛି । ସେମାନେ ଗରିବ ଓ ଦିନ ମଜୁରିଆ ଶ୍ରେଣୀର ହୋଇଥିବାବେଳେ ସରକାରଙ୍କ ଏହି ରାସନ୍ ସାମଗ୍ରୀ ଉପରେ ପରିବାର ପ୍ରତିପୋଷଣ କରିଥାନ୍ତି । ଏଣୁ ସେମାନେ ତାହା ନପାଇବାରୁ ନାହିଁ ନଥିବାର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏଣୁ ଉକ୍ତ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କୁ ଦେଇନଥିବା ରିଲିଫ୍ ଓ ରାସନ୍ ଚାଉଳ ସଂପର୍କରେ ତଦନ୍ତ କରାଯାଇ ତାହା ସେମାନଙ୍କୁ ପ୍ରଦାନ ପୂର୍ବକ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.