Home ଜିଲ୍ଲା ପରିକ୍ରମା ପାଣି ଉଠାଇବା ବେଳେ ସାଳନ୍ଦି ନଦୀରେ ଭାସି ଗଲେ ୩ କାଉଡିଆ, ଜଣେ ଉଦ୍ଧାର,ଅନ୍ୟ ଦୁଇ...

ପାଣି ଉଠାଇବା ବେଳେ ସାଳନ୍ଦି ନଦୀରେ ଭାସି ଗଲେ ୩ କାଉଡିଆ, ଜଣେ ଉଦ୍ଧାର,ଅନ୍ୟ ଦୁଇ ଜଣଙ୍କ ମୃତ ଦେହ ମିଳିଲା

38

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଥିଲା ଶ୍ରାବଣ ମାସର ୪ର୍ଥ ସୋମବାର । ଏଥିଲାଗି ବିଭିନ୍ନ ଶୌବ ପୀଠ ଗୁଡିକରେ ସକାଳୁ ସକାଳୁ ଭିଡ ପରିଲକ୍ଷିତ ହୋଇଥିଲା । ତେବେ ଏହାରି ଭିତରେ ଏକ ଦୁଃଖତ ଘଟଣା ଘଟିଯାଇଛି ବନ୍ତ ଓ ଖଇରା ବ୍ଲକର ସିମାନ୍ତ ବରଦା ଅଞ୍ଚଳରେ । ଡିଜେବାଜା ବଜାଇ ନାଚ ଗୀତର ତାଳେ ତାଳେ ୧୭ ଜଣ ଯୁବକ ପାଣି ଉଠାଉ ଥିବା ବେଳେ ସାଳନ୍ଦି ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ୩ କାଉଡିଆ । ସେମାନଙ୍କ ମଧ୍ୟରୁ ଜଣକୁ ମୂର୍ମୁଶ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଆଜି (ମଙ୍ଗଳବାର) ସକାଳେ ଉଦ୍ଧାର ହୋଇଛନ୍ତି । ଗତକାଲି ଘଟଣା ସ୍ଥଳରେ ଆଗରପଡା,ଖଇରା,ଅଡା ଦମକଳ ବାହୀନିର କର୍ମଚାରୀଙ୍କ ସମେତ ବାଲେଶ୍ୱରର ଓଡ୍ରାଫ୍ ଦଳ ଉପସ୍ଥିତ ଥିଲେ । ଆଜି ସକାଳେ ପୂନଃର୍ବାର ଆଗରପଡା ଦମକଳ ବାହୀନି ଓ ଓଡ୍ରାଫ୍ ଦଳ ଖୋଜା ଖୋଜି ଆରମ୍ଭ କରିଥିଲେ । ଘଟଣା ଘଟିବାର ଅନତି ଦୂରରେ ଦୁଇ ଜଣଙ୍କ ମୃତ ଶରୀର ମିଳିଥିଲା । ସେମାନେ ହେଲେ ଜଇପୁର ଗ୍ରାମର ସୁବ୍ରତ ମହାକୁଡ(୨୨),ରାଜେଶ ସାହୁ(୧୮) । ଏହି ଖବର ପ୍ରଚାରିତ ହେବା ପରେ ହଜାର ହଜାର ସଂଖ୍ୟାର ଲୋକେ ଘଟଣା ସ୍ଥଳରେ ରୁଣ୍ଡିଭୁତ ହୋଇଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଏକ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.