Home ଜିଲ୍ଲା ପରିକ୍ରମା ନଦୀରେ ଘାଇ ନାହିଁ, ଧାମନଗରରେ ମନୁଷ୍ୟାକୃତ ବନ୍ୟା, ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ଦାୟୀ କଲା...

ନଦୀରେ ଘାଇ ନାହିଁ, ଧାମନଗରରେ ମନୁଷ୍ୟାକୃତ ବନ୍ୟା, ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ଦାୟୀ କଲା କଂଗ୍ରେସ

16

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷର ପ୍ରଥମ ବନ୍ୟା ଧାମନଗରରେ ନାହିଁ ନଥିବା କ୍ଷୟକ୍ଷତି ଘଟାଇ ଚାଷୀକୂଳର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏଥି ସଂଗେ ସଂଗେ ଗ୍ରାମାଞ୍ଚଳରେ ଥିବା ସମସ୍ତ ରାସ୍ତାଘାଟ ଅବସ୍ଥାକୁ ଶୋଚନୀୟ ମଧ୍ୟ କରିଦେଇଛି । କାରଣ ଆଖୁଆପଦା ଠାରେ ବୈତରଣୀ ନଦୀର ପାଣି ବିପଦ ସଂକେତକୁ ସ୍ପର୍ଶ କଲାବେଳେ ଧାମନଗରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । କାରଣ କଣ୍ଟିଘାଟଇ ଏସ୍‌କେପ୍‌, ମଲ୍ଲିମାହାରା ଏସ୍‌କେପ୍‌, ଗୌରାଙ୍ଗପୁର ଏସକେପ୍‌ରେ ପାଣି ଆସି ଦୋବଲ, ସୋହଡା, ଆନନ୍ଦପୁର, କରଦା, ପଧାନୀ, ଦଳାଙ୍ଗ ପଂଚାୟତ ଦେଇ ବୟାଙ୍ଗଡିହି, କୋଠାର, ଅସୁରାଳି, ଫତେପୁର ପଂଚାୟତରେ ବହୁ କ୍ଷୟକ୍ଷତି ଘଟାଇଛି । ଅନୁରୂପ ରେବ, କପାଳୀ ଓ ଗେଙ୍ଗୁଟି ନଦୀର ପାଣି ବମକୁରା, କାସିମପୁର ଠାରେ ଡ୍ରେନେଜ୍ ହୋଇନପାରି ବୈତରଣୀ, କୋଚିଳା, ଗେଙ୍ଗୁଟି, ରେବ ଓ ଯ’ ନଦୀର ସମସ୍ତ ପାଣି ମିଶି ବନ୍ୟା ପରିସ୍ଥିତିକୁ ଏବେ ନୁହଁ ଦୀର୍ଘ ୨୫ ବର୍ଷ ଧରି ଧାମନଗର ବ୍ଲକ୍‌ରେ ଅକଥନୀୟ କ୍ଷୟକ୍ଷତି ଘଟାଉଛି । ଯେଉଁ ଏସ୍‌କେପ ଗୁଡିକ ହୋଇଛି ତାହା ଯାଜପୁର ଜିଲାକୁ ରକ୍ଷା କରିବା ପାଇଁ ଓ ଧାମନଗରରେ ବନ୍ୟାର ପ୍ରଳୟ ସୃଷ୍ଟି କରିବା ପାଇଁ । ଏହା ଏକ ସୁଚତୁର ଷଡଯନ୍ତ୍ର ଅଟେ । ଏଣୁ ବୈତରଣୀ, ଗେଙ୍ଗୁଟି ନଦୀର ଏସ୍‌କେପ୍ ଗୁଡିକୁ ଉଚ୍ଚା ଓ ସୁଦୃଢ କରିବା ନିହାତି ଅପରିହାର୍ଯ୍ୟ ହୋଇପଡିଛି । ଅନୁରୂପ ବୈତରଣୀର ବାମପାଶ୍ୱର୍ ବନ୍ଧ ଓ.ଏ.ଇ. ଷ୍ଟାଣ୍ଡାର୍ଡ ଥିବାବେଳେ ଡାହାଣ ପାଶ୍ୱର୍ ବନ୍ଧ ଯାଜପୁର ପାଶ୍ୱର୍ରେ କ୍ୟାପିଟାଲ ନଦୀବନ୍ଧ ନିର୍ମାଣ ହୋଇଛି । ଏହାମଧ୍ୟ ଜଳସେଚନ ବିଭାଗର ପାତର ଅନ୍ତର ନୀତି ଅଟେ । ଗେଙ୍ଗୁଟି, ରେବ, କପାଳୀ ନଦୀ ଖନନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

କିନ୍ତୁ କୌଣସି ନଦୀର ଶଯ୍ୟା ଖୋଳାନଯାଇ କେବଳ ନଦୀବନ୍ଧରେ ଘାସ ସଫା କରାଯାଇ କୋଟି କୋଟି ଟଙ୍କା ଆତ୍ମସାତ୍ ହୋଇଛି । ଯେଉଁଥିପାଇଁ ରେବ, ଗେଙ୍ଗୁଟି, କପାଳୀ ଓ ଯ’ ନଦୀର ତଳ ଅଂଚଳ ଗୁଡିକ ପାଣି ନିଷ୍କାସନ ହୋଇନପାରି ଚାଷୀକୂଳକୁ ଉଜାଡି ଦେଉଛି । ଏଣୁ ଜଳସେଚନ ବିଭାଗ ସମସ୍ତ ସମସ୍ୟାର ଗୁରୁତ୍ୱ ଉପଲବ୍ôଧ କରି ଏସ୍‌କେପ୍ ଗୁଡିକୁ ବନ୍ଦ କରି ଧାମନଗର ବାସୀଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ନେବାକୁ କଂଗ୍ରେସ ଦାବି କରିଛି । ଆଜି ଦିନ ୪ଟା ସମୟରେ ଧାମନଗର ଜଳସେଚନ ଡାକବଙ୍ଗଳା ଠାରେ ଧାମନଗର ବ୍ଲକ୍ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଧାମନଗର ବନ୍ୟା ଏକ ମନୁଷ୍ୟାକୃତ ଓ ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଯଦି ବିଭାଗୀୟ ଅଧିକାରୀ ତଥା ରାଜ୍ୟ ସରକାର ଏସ୍‌କେପ୍ ଗୁଡିକୁ ବନ୍ଦ ନକରନ୍ତି, ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ନାରାୟଣ ଚନ୍ଦ୍ର ପାଢୀ, ବିଦ୍ୟାଧର ଜେନା, ରମେଶ ଚନ୍ଦ୍ର ବେହେରା, ପ୍ରଭାତ କୁମାର ପଣ୍ଡା, ଦେବାଶିଷ ସାମଲ, ଆଲୋକ କୁମାର ସ୍ୱାଇଁ, ସଂଜୟ ମିଶ୍ର, ପ୍ରମୋଦ ସ୍ୱାଇଁ, ମାନସ ସାହୁ, ଶ୍ରୀକାନ୍ତ ପଣ୍ଡା, ରାଜେଶ ବିଶ୍ୱାଳ, ମାନସ ମହାପାତ୍ର, ସୁବାଶିଷ ବେହେରା, ଚିନ୍ତାମଣି ବାରିକ, ସଂଗ୍ରାମ କେଶରୀ ନାୟକ, ଶୁକଦେବ ରାଉତ, ବସନ୍ତ କୁମାର ପଣ୍ଡା, ଦେବାଶିଷ ପଣ୍ଡା, ବିକ୍ରମ ମହାପାତ୍ର ଏବଂ ପଞ୍ଚାନନ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.