Home ଜିଲ୍ଲା ପରିକ୍ରମା ଜିଲାରେ ୧୪ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷଜମି ବନ୍ୟାଜଳ ଦ୍ୱାରା ପ୍ରଭାବିତ

ଜିଲାରେ ୧୪ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷଜମି ବନ୍ୟାଜଳ ଦ୍ୱାରା ପ୍ରଭାବିତ

9

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ପ୍ରଥମ ବନ୍ୟାରେ ଜିଲାର ଚାଷଜମି ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ବିଶେଷକରି ବୁଣା ଓ ତଳି ପଡିଥିବା ଚାଷଜମି ଗୁଡିକ ଜଳାର୍ଣ୍ଣବ ହୋଇ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି । ତେବେ ଚାଷଜମି ଗୁଡିକରୁ ଏବେ ବନ୍ୟାଜଳ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଅପରପକ୍ଷରେ ଖାଲୁଆ ଜମି ଗୁଡିକରେ ସୂଚାରୁ ରୂପେ ଜଳ ନିଷ୍କାସନ ହୋଇପାରୁନଥିବାରୁ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀ ମହଲରୁ ମତ ପ୍ରକାଶ ପାଇଛି । ତେବେ କୃଷି ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ ଜିଲାରେ ୧୪ ହଜାର ୯୪ ହେକ୍ଟର ଚାଷଜମି ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଥିଲା । ୭ଟି ବ୍ଲକ୍‌ର ୭୫ ଟି ପଂଚାୟତର ୩୫୬ ଗାଁର ୧୪ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷଜମି ସଂପୂର୍ଣ୍ଣ ଜଳମଗ୍ନ ହୋଇପଡିଥିବାର ପ୍ରାଥମିକ ଆକଳନରୁ ଜଣାପଡିଛି । ଏହାମଧ୍ୟରୁ ଭଦ୍ରକ ବ୍ଲକ୍‌ର ୨ଟି ପଞ୍ଚାୟତର ୫ଟି ଗାଁରେ ୩୦ ହେକ୍ଟର ଜମି ବନ୍ୟା ଜଳ ପ୍ରଭାବିତ ହୋଇଥିବାବେଳେ ତିହିଡି ତହସିଲର ୧୬ଟି ପଂଚାୟତର ୪୪ଟି ଗାଁର ୪ ହଜାର ୨୩୫ ହେକ୍ଟର, ବାସୁଦେବପୁର ତହସିଲର ୧୨ଟି ପଂଚାୟତର ୩୨ଟି ଗାଁର ୩୧୧ ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡିଛି । ସେହିପରି ଚାନ୍ଦବାଲି ତହସିଲର ୯ଟି ପଂଚାୟତର ୫୧ ଟି ଗାଁର ସର୍ବାଧିକ ୫ ହଜାର ୭୮୮ ହେକ୍ଟର ଓ ଧାମନଗର ତହସିଲର ୩୦ଟି ପଂଚାୟତ ୧୩୨ ଟି ଗାଁର ୩ ହଜାର ୭୦୮ ହେକ୍ଟର ଓ ଭଣ୍ଡାରିପୋଖରୀ ତହସିଲରେ ୬ଟି ପଂଚାୟତର ୩୨ ଟି ଗାଁର ୨୨ ହେକ୍ଟର ଚାଷଜମି ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଛି । ତେବେ ବନ୍ତ ତହସିଲାରେ କୌଣସି ଚାଷଜମି ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇନାହିଁ । ଜିଲାରେ ୧୭୩୩ ହେକ୍ଟର ତଳି ପକାଇଥିବା ଜମିଗୁଡିକ ପାଣିରେ ବୁଡି ରହିଥିବାର ପ୍ରାଥମିକ ଆକଳନରୁ ଜଣାଯାଇଛି । ତେବେ ବନ୍ୟା ଜଳ ହ୍ରାସ ପାଉଥିବାରୁ କୃଷି ଓ ରାଜସ୍ୱ ବିଭାଗର ମିଳିତ ଉଦ୍ୟମରେ କ୍ଷୟକ୍ଷତି ସଂପର୍କରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଉ ୨/୩ ଦିନ ପରେ ସଠିକ୍ ତଥ୍ୟ ପ୍ରକାଶ ପାଇବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.