Home Top News ପାକିସ୍ଥାନରେ ଭୂମିକମ୍ପ: ପ୍ରାଥମିକ ରିପୋର୍ଟରେ ୨୦ ଜଣଙ୍କ ମୃତ୍ୟୁ

ପାକିସ୍ଥାନରେ ଭୂମିକମ୍ପ: ପ୍ରାଥମିକ ରିପୋର୍ଟରେ ୨୦ ଜଣଙ୍କ ମୃତ୍ୟୁ

87

ନୂଆ ଦିଲ୍ଲୀ ୭ -୧୦ (ଓଡ଼ିଆ ପୁଅ) ଆଜି ସକାଳେ ପାକିସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ପାକିସ୍ତାନର ଦକ୍ଷିଣ ହର୍ଣ୍ଣାଇରେ ଭୂମିକମ୍ପରେ କମ୍ପନ ଅନୁଭୂତ ହୋଇଥିଲା ଯେଉଁଥିରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ତିନିଟାରେ ପାକିସ୍ତାନର ହର୍ଣ୍ଣାଇରେ ୬.୦ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଘଟିଛି। ବର୍ତ୍ତମାନ କ୍ଷୟକ୍ଷତିର ଆକଳନ କରାଯାଉଛି।

ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ ପାକିସ୍ତାନର ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସୂଚନା ଦେଇଛନ୍ତି ଯେ ଗୁରୁବାର ଦିନ ଦକ୍ଷିଣ ପାକିସ୍ତାନରେ ହୋଇଥିବା ଭୂକମ୍ପରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ବଲୁଚିସ୍ତାନର ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖ୍ୟ AFP କୁ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୫ ରୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.