Home ଜିଲ୍ଲା ପରିକ୍ରମା ପର୍ଯ୍ୟାବରଣ ପାଇଁ ଗାଁ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କଲା ବିଶ୍ୱ ହିନ୍ଦୁ ପରିଷଦ

ପର୍ଯ୍ୟାବରଣ ପାଇଁ ଗାଁ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କଲା ବିଶ୍ୱ ହିନ୍ଦୁ ପରିଷଦ

6

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – -ପରିବେଷର ସନ୍ତୁଳନ ବଜାୟ ରଖିବା ସକାଶେ ଚଳିତ ମୌସୁମୀ ଋତୁରେ ବିଶ୍ୱ ହିନ୍ଦୁ ପରିଷଦ, ଗାନ୍ଧିପଡ଼ିଆ ସତସଙ୍ଗ କେନ୍ଦ୍ର ପକ୍ଷରୁ ଭଦ୍ରକ ବ୍ଲକ ଅନ୍ତର୍ଗତ ବରପଦା କାଟୁଣି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଛି। ଗ୍ରାମ ବାସୀଙ୍କ ସହଯୋଗ ଏବଂ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପ୍ରାୟ ପାଞ୍ଚ ଶହ ମିଟର ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ମୂଲ୍ୟବାନ ବୃକ୍ଷର ଚାରା ରୋପଣ କରାଯାଇଛି। ଏଥି ସହିତ ରୋପଣ କରାଯାଇଥିବା ବୃକ୍ଷର ରକ୍ଷଣା ବେକ୍ଷଣା ପାଇଁ ଉପଯୁକ୍ତ ଦାୟିତ୍ୱ ଗ୍ରହଣ କରାଯିବ ବୋଲି ଯୁବ ସମାଜସେବୀ ନାରାୟଣ ଓଝା କହିଛନ୍ତି। ଚଳିତ ବର୍ଷ ପ୍ରାୟ ୫ ଶହ ବୃକ୍ଷ ଚାରା ରୋପଣ କରାଯିବ ବୋଲି ଗାନ୍ଧୀ ପଡ଼ିଆ ସତସଙ୍ଗ କେନ୍ଦ୍ର ପ୍ରମୁଖ ମାନସ ବାରିକ ପ୍ରକାଶ କରିଛନ୍ତି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ସାହୁ, ଗୋବିନ୍ଦ ଚନ୍ଦ୍ର ରାଉତ, ଶିବ ଶଙ୍କର ଦାସ, ମାନସ ବାରିକ, ପୁରୁଷୋତ୍ତମ ମହାନ୍ତି, ରବୀନ୍ଦ୍ର ଚନ୍ଦ୍ର ସାହୁ, ଯୁବ ସମାଜସେବୀ ସ୍ୱାଧୀନ ସୁନ୍ଦର ଦାସ, ଓଁକାର ମହାନ୍ତିଙ୍କ ସହ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ସମାଜସେବୀ ଶ୍ରୀଧର ନାୟକ, କମଳା କାନ୍ତ ସାହୁ, ମାନସ ବାରିକ, ରଶ୍ମି ରଞ୍ଜନ ଜେନା, ଶୁଭମ ସ୍ୱାଇଁ, ଦୁର୍ଯ୍ୟୋଧନ ନାୟକ, ଦିବେଶ କୁମାର ନାୟକ ପ୍ରମୁଖ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.