Home ଜିଲ୍ଲା ପରିକ୍ରମା ପର୍ଯ୍ୟଟନ ସ୍ଥଳୀ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଓ ଭଦ୍ରକ ସାଂସଦଙ୍କର କେନ୍ଦ୍ର...

ପର୍ଯ୍ୟଟନ ସ୍ଥଳୀ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଓ ଭଦ୍ରକ ସାଂସଦଙ୍କର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

21

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପର୍ଯ୍ୟଟନ ସ୍ଥଳୀ ଇରମର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କୁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ସାକ୍ଷାତ୍ କରିଛନ୍ତି । ଆଜି ଦିଲ୍ଲୀଠାରେ ମନ୍ତ୍ରୀ ଶ୍ରୀ ରେଡ୍ଡିଙ୍କୁ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ଓ ସଂସ୍କୃତି ଐତିହ୍ୟ କୀର୍ତ୍ତିରାଜି ସ୍ଥାନମାନଙ୍କରେ ଭିତ୍ତିଭୂମିର ବିକାଶ ପାଇଁ ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଏକ ସୌଜନ୍ୟମୂଳକ ସାକ୍ଷାତ୍ ଅବସରରେ ଭଦ୍ରକ ସାଂସଦ ଶ୍ରୀମତୀ ମଣ୍ଡଳ ଉପସ୍ଥିତ ରହିଥିଲେ । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଆଲୋଚନା ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ଓ ସଂସ୍କୃତି କୀର୍ତ୍ତିରାଜିମାନଙ୍କର ଭିତ୍ତିଭୂମିର ବିକାଶ ପାଇଁ ଦାବି କରିଥିଲେ । ଏହି ଆଲୋଚନା କାଳରେ ଶ୍ରୀମତୀ ମଣ୍ଡଳ ଭଦ୍ରକ ସଂସଦୀୟ କ୍ଷେତ୍ରରେ ଥିବା ଶ୍ରୀ ବଳଦେବଜୀଉ, ଶ୍ରୀ ଆଖଣ୍ଡଳମଣି, ମା’ ଧାମରାଇ, ସହୀଦ ପୀଠ, ରକ୍ତତୀର୍ଥ ଇରମ, ସହୀଦନଗରର ଲୁଣିଆ, ଇଂଚୁଡିର ତୁଡିଗଡିଆ ଓ କୁପାରୀର ମା’ ଅମ୍ବିକା ମନ୍ଦିର ଭଳି ପର୍ଯ୍ୟଟନ ସ୍ଥଳୀମାନଙ୍କର ଭିତ୍ତିଭୂମିର ବିକାଶ ପାଇଁ ଆଲୋଚନା କରିଥିଲେ । ବିଶେଷକରି ଗତ ୨୦୨୦ ସେପ୍ଟେମ୍ବର ୨୨ ତାରିଖ ସଂସଦ ଅଧିବେଶନର ଗୃହର ଶୂନ୍ୟକାଳରେ ରକ୍ତତୀର୍ଥ ଇରମର ବିକାଶ ପାଇଁ ସେ ଦାବି କରିଥିବା ମୂଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ପ୍ରେରିତ ଚିଠି ୧୧.୧୧.୨୦ ଅନୁସାରେ ବିସ୍ତୃତ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡି ରାଜ୍ୟ ସରକାରଙ୍କ ଠାରୁ ସବିଶେଷ ବିବରଣୀ ଆସିବା ପରେ ସେଗୁଡିକ ତୁରନ୍ତ ବିଚାରକୁ ନିଆଯିବ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଓ ସାଂସଦ ଶ୍ରୀମତୀ ମଣ୍ଡଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସୌଜନ୍ୟମୂଳକ ଥିବାବେଳେ ଏଥିରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.