Home ଜିଲ୍ଲା ପରିକ୍ରମା ଇଞ୍ଜିନିୟରିଂ ଛାତ୍ର ମୃତ୍ୟୁର ତଦନ୍ତ ଦାବୀ କଲେ ପରିବାର

ଇଞ୍ଜିନିୟରିଂ ଛାତ୍ର ମୃତ୍ୟୁର ତଦନ୍ତ ଦାବୀ କଲେ ପରିବାର

35

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅର୍ନ୍ତଗତ ଗଙ୍ଗାଧର ପୁର ଗ୍ରାମରେ ଗତ ୩ତାରିଖରେ ଏକ ଅପମୃତ୍ୟୁ ହୋଇଥିଲା । ଏ ନେଇ ବାଂଶଡା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରୀ ରହିଛି ବୋଲି ଥାନାଧିକାରୀଙ୍କ ନିକଟରୁ ପ୍ରକାଶ । ଏହି ଅପମୃତ୍ୟୁ କୁ ନେଇ ବାଂଶଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଇ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ କରିବା ପାଇଁ ପରିବାର ପକ୍ଷରୁ ଦାବୀ କରାଯାଇଛି । ଘଟଣାରୁ ପ୍ରକାଶ ଗଙ୍ଗାଧର ପୁରର ସୁରେଶ ଦାସଙ୍କ ପୁଅ ସୋମ୍ୟରଞ୍ଜନ ଦାସ ଭରବଙ୍କନଶ୍ୱରରେ ଡିପ୍ଲୋମା ଇଞ୍ଜିନିୟରିଂ ପଢୁଥିବା ସମୟରେ ଛୁଟିରେ ସେ ଘରକୁ ଆସିଥିଲେ । ଗତ ୩ତାରିଖ ଦିନ ରାତି ୯ଟା ସମୟରେ ସେହି ଗ୍ରାମର ବିଭୁତି ଜେନା ସୋମ୍ୟଙ୍କୁ ନିଜ ଘରକୁ ଡାକି ନେଇଥିଲେ । ସୋମ୍ୟରଞ୍ଜନ ଘରୁ ଯିବା ବେଳେ ସେ ରାତିରେ ଆସିବେ ନାହିଁ ବୋଲି ବିଭୁତି ସୋମ୍ୟରଞ୍ଜନଙ୍କ ମାକୁ କହିଯାଇଥିଲେ । ତା ପରଦିନ ଅର୍ଥାତ ୪ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ସୋମ୍ୟରଞ୍ଜନ ନିଜ ଘରକୁ ନ ଆସିବାରୁ ତାଙ୍କ ପରିବାର ସବୁ ଆଡେ ଖୋଜାଖୋଜି କରିବା ସହ ବିଭୁତିଙ୍କ ପରିବାରକୁ ଏ ବିଷୟରେ ପଚାରିଥିଲେ । ମାତ୍ର ବିଭୁତିଙ୍କ ପରିବାର ଏ ବିଷୟରେ କିଛି ଜାଣି ନଥିବା କହିଥିଲେ ପରେ ଅପରାହ୍ଣ ୨ଟା ସମୟରେ ସୋମ୍ୟଙ୍କ ପରିବାର ବିଭୁତିଙ୍କ ଚିଙ୍ଗୁଡି ପୋଖରୀ ମଧ୍ୟରୁ ସୋମ୍ୟଙ୍କ ମୃତଦେହ ଉଦ୍ଧାର କରିଥିଲେ । କେଉଁ ପରିସ୍ଥିତିରେ ସୋମ୍ୟଙ୍କ ମୃତଦେହ ଦୀର୍ଘ ୧୯ଘଂଟା ପରେ ଉଦ୍ଧାର କରାଗଲା ଆଜି ପର୍ଯ୍ୟନ୍ତ ଏହି ଅପମୃତ୍ୟୂ ମାମଲାରେ ବିଭୁତିଙ୍କ ପରିବାରର କାହାରିଙ୍କୁ ଗିରଫ କରାଗଲା ନାହାିଁ ବୋଲି ସୋମ୍ୟଙ୍କ ପରିବାର ଅଭିଯୋଗ ଆଣିଥିଲେ ।ଏ ନେଇ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୋମ୍ୟଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗରେ ବିଭୁତିଙ୍କ ପରିବାର ଲୋକେ ପୂର୍ବ ଶତ୍ରୁତାକୁ ନେଇ ସୋମ୍ୟଙ୍କୁ ମାରି ଦେଇ ପୋଖରୀ ମଧ୍ୟରେ ପକାଇ ଦେଇଥିବା ଅଭିଯୋଗ କରିବା ସହ ଏôଥିରେ ସଂପୃକ୍ତ ବିଭୁତିଙ୍କ ପରିବାରର ସମସ୍ତଙ୍କୁ ଗିରଫ କରାଯିବା ଜରୁରୀ ବୋଲି , ମଧ୍ୟ କହିଥିଲେ । ଏ ନେଇ ବାଂଶଡା ଥାନାଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ସୋମ୍ୟଙ୍କ ପୋଷ୍ଠ,ମୋର୍ଟମ ରିପୋର୍ଟ ଆସିବାକୁ ଅପେକ୍ଷା କରିବା ସହ ଏ ନେଇ ତଦନ୍ତ ଜାରୀ ରଖିଛନ୍ତି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.