Home କେନ୍ଦୁଝର ନରହରି ଜେନାଙ୍କ ସ୍ମୃତିସଭା- ନରହରି ବାବୁ ବ୍ୟକ୍ତି ନଥିଲେ, ଥିଲେ ଏକ ଅନୁଷ୍ଠାନ

ନରହରି ଜେନାଙ୍କ ସ୍ମୃତିସଭା- ନରହରି ବାବୁ ବ୍ୟକ୍ତି ନଥିଲେ, ଥିଲେ ଏକ ଅନୁଷ୍ଠାନ

136

ହାଟଡ଼ିହି, ୫ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଛେନାପଦିଛକର ମୁରବୀତୁଲ୍ୟ ବ୍ୟକ୍ତି ତଥା ମା ବିଶ୍ୱତାରିଣୀ ମନ୍ଦିର ପରିଚାଳନା କମିଟିର ସଭାପତି ନରହରି ଜେନାଙ୍କ ଏକାଦଶାହ ଅବସରରେ ତୁଳସୀ ଭବନ ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ତଥା କୋଷାଧ୍ୟକ୍ଷ ପଞ୍ଚାନନ ବେହେରା ପ୍ରଦ୍ୱୀପ ପ୍ରଜ୍ଜଳନ କରିବା ପରେ ଏକ ମିନିଟି ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ନରହରି ଜେନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପଣ୍ଡିତ ପଦ୍ମନାଭ ପଣ୍ଡା ବେଦପାଠ କରିବା ସହ ଭଗବତ ଗୀତା ପଠନ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ବିଧାୟକ ମାୟାଧର ଜେନା, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ଆନନ୍ଦପୁର କଲେଜର ପୁର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ହାଟଡିହି ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ବିଦ୍ୟୁତପ୍ରଭା ଦେଓ, ରତ୍ନାକର ଦାସ, ହୃଷିକେଶ ରାଉତ, ବିଦ୍ୟାଧର କର, ଗଣେଷ ପ୍ରସାଦ ବିଶ୍ୱାଳ, ମନୋରଞ୍ଜନ ମହାପାତ୍ର, ଅଧିରା ରାଉତ, ସାଇନୋରା ରାଉତ, ସୁରେନ୍ଦ୍ର ପରିଡା, ସୁଦାମ ଚରଣ ଜେନା, ମାଦବାନନ୍ଦ ଜେନା, ଶୁଭସ୍ମୀତା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ସ୍ମୃତି ଚାରଣ କରିବା ସହିତ ସେ ଜଣେ ବ୍ୟକ୍ତି ନଥିଲେ ଥିଲେ ଅନୁଷ୍ଠାନ ବୋଲି ମତବ୍ୟକ୍ତ କରିଥିଲେ । ସେ ଏ ଅଞ୍ଚଳର ବହୁ ଅନୁଷ୍ଠାନ ସହିତ ଜଡିତ ହେବା ସହ ବିଭିନ୍ନ ଗ୍ରାମରେ ମନ୍ଦିର ନିର୍ମାଣ କରିବା ସହିତ ଛେନାପଦି ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା, ଟୁକୁଣାରେ ମେଡିକାଲ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମଣିଷର ମୃତ୍ୟୁ ଅଛି କିନ୍ତୁ କର୍ମର ନାହିଁ । କର୍ମ ହିଁ ଭଗବାନ ବୋଲି ସେ ବିଶ୍ୱାଷ ରଖି ସତକର୍ମରେ ଆଗେଇ ଚାଲିଥିଲେ । ବର୍ତ୍ତମାନ ସମୟରେ ଅନେକ ପିଲାମାନେ ସେମାନଙ୍କ ବାପା ମାଙ୍କୁ ଭୁଲି ଯାଉଥିବାବେଳେ ଅନେକ ଜରାନିବାସକୁ ପଠାଇ ଦେଉଛନ୍ତି । କିନ୍ତୁ ପିତା ମାତାଙ୍କୁ ସବୁବେଳେ ପୂଜ୍ୟପୂଜାରେ ରଖିଲେ ଇଶ୍ୱରଙ୍କ ଆଶିର୍ବାଦ ପ୍ରାପ୍ତି ହୁଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ‘ନିର୍ବାଣ ପଥେ ନରହରି’ ନାମକ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏଥିରେ ଭାଇ ନାରାୟଣ ଜେନା, କୃଷ୍ଣଚନ୍ଦ୍ର ଜେନା, ପୁଅ ରବିନ୍ଦ୍ର କୁମାର ଜେନା, ମହେନ୍ଦ୍ର କୁମାର ଜେନା, ଦେବେନ୍ଦ୍ର କୁମାର ଜେନା(ଗଣେଷ), ସୁରେନ୍ଦ୍ର କୁମାର ଜେନା, ସଚିନ୍ଦ୍ର କୁମାର ଜେନା, ମୁନା ଜେନା, ଝିଅ ଅଧିରା, ସ୍ନେହଲତା, ପ୍ରେମଲତା, ନିରୁପମା, କନକ, କୁନି, ଚମ୍ପି,ଝୁନା ବୋହୁ ସନ୍ଧ୍ୟାରାଣୀ, ସୌଭାଗିନୀ, ସ୍ୱର୍ଣ୍ଣପ୍ରଭା, ଜ୍ୱାଇଁ ମନୋରଞ୍ଜନ, ଗଣେଷ , ଗଗନ, ନାତି ସୁବ୍ରତ, ସତ୍ୟବ୍ରତ, ମନନ୍ଦୀପ, ଶୁଭବ୍ରତ, ଶୁଭସ୍ମୀତାଙ୍କ ସମେତ ସମସ୍ତ ନାତିନାତୁଣୀ, ବନ୍ଧୁ ପରିଜନ ଓ ଅନେକ ଆତ୍ମୀୟ ସ୍ୱଜନ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱର୍ଗତ ନରହରି ଜେନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶିଶିର କୁମାର ବିଶ୍ୱାଳ, ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ନବଘନ ନାୟକ, ବିଷ୍ଣୁ ପ୍ରସାଦ ପଣ୍ଡା, କିଶୋର ଆଚାର୍ଯ୍ୟ, ରବିନ୍ଦ୍ର ନାୟକ, ଦେବେନ୍ଦ୍ର ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.