Home ଓଡ଼ିଶା ଅନ୍ତିମ ପର୍ଯ୍ୟାୟରେ ସରସ୍ୱତୀ ପୂଜା ପ୍ରସ୍ତୁତି – ମାଘସପ୍ତମୀ ବୁଡ ପାଇଁ ଚଳଚଞ୍ଚଳ କୋଣାର୍କ

ଅନ୍ତିମ ପର୍ଯ୍ୟାୟରେ ସରସ୍ୱତୀ ପୂଜା ପ୍ରସ୍ତୁତି – ମାଘସପ୍ତମୀ ବୁଡ ପାଇଁ ଚଳଚଞ୍ଚଳ କୋଣାର୍କ

483

ପୁରୀ, ୨୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆଉ କେହି ଘଂଟା ପରେ ବାଗଦେବୀ ସରସ୍ୱତୀଙ୍କ ପୂଜା ଉତ୍ସବ ଆନନ୍ଦ ଉତ୍ସାହରେ ଉଛୁଳି ପଡିବ ଶିକ୍ଷାନୁଷ୍ଠାନର ପୂଜା ମଣ୍ଡପ। ପୂଜା ପାଇଁ ମୂର୍ତ୍ତି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଁଚିଚି। କୁମ୍ଭକାର ଘର ମାନଙ୍କରେ ଧାଡି ଧାଡି ହୋଇ ରଖାଯାଇଛି ବାଗଦେବୀଙ୍କ ମୁଣ୍ମୟୀ ପ୍ରତିମା। କୁମ୍ଭାରପଡା ଜେନା ସାହି ଟିକରପଡା ଅଠରନଳା ଓ ଚାରିନଳା ଆଦି ଅଂଚଳରେ ବସବାସ କରୁଥିବା କୁମ୍ଭକାର ମାନଙ୍କ ଘରେ ଏବେ ଶୋଭା ପାଉଛି ଭଳି କି ଭଳି ସରସ୍ୱତୀ ପ୍ରତିମା। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନ କୋଚିଙ୍ଗ ସେଂଟର କମ୍ପ୍ୟୁଟର ସେଂଟର କ୍ଲବ ସାଂସ୍କୃତିକ ଅନୁଷ୍ଠାନ ଓ ବ୍ୟାଙ୍କ ଆଦି ବାଗଦେବୀଙ୍କ ପୂଜା ପାଳନ ପାଇଁ ବ୍ୟସ୍ତ ରହିଛନ୍ତି।

ବିଦ୍ୟାଳୟ ଗୁଡିକ ରଙ୍ଗ ବେରଙ୍ଗୀ କାଗଜରେ ସଜ୍ଜିତ କରାଯାଇଛି। ସେହିପରି ବିଭିନ୍ନ ଲୁଗା ଦୋକାନ ପୋଷାକ ଦୋକାନ ଓ ଚୂଡି ଆଦି ଦୋକାନ ଗୁଡିକରେ ଗ୍ରାହକ ମାନଙ୍କର ପ୍ରବଳ ଭିଡ ଲାଗିଥିବା ଦେଖାଯାଇଥିଲା। ଆଉ ଦିନକ ପରେ ମାଘସପ୍ତମୀ ବୁଡ ପଡୁଥିବା ଯୋଗୁଁ ପୁରୀ, ଚନ୍ଦ୍ରଭାଗା ଓ କୋଣାର୍କରେ ଲୋକ ମାନଙ୍କର ସମାଗମ ବୃଦ୍ଧି ପାଇଛି। ଏହି ବୁଡ ପକେଇବା ପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଏଠାରେ ଭିଡ ଲାଗି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.