Home କେନ୍ଦୁଝର ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗଦାନ କଲେ ଯୁବ ଭାରପ୍ରାପ୍ତ ଚ଼ିକିତ୍ସା ଅଧିକାରୀ

ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗଦାନ କଲେ ଯୁବ ଭାରପ୍ରାପ୍ତ ଚ଼ିକିତ୍ସା ଅଧିକାରୀ

160

କେନ୍ଦୁଝର,ତା ୫ ଅକ୍ଟୋବର(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଭାରପ୍ରାପ୍ତ ଚ଼ିକିତ୍ସା ଅଧିକାରୀ ଭାବେ ଯୁବ ଡାକ୍ତର ଅଶୋକ କୁମାର ନାଏକ ଯୋଗଦାନ କରି ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ଅବସରରେ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚ଼ାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ରୋଗୀଙ୍କ ଉତ୍ତମ ସେବା କରିବେ ବୋଲି ଶ୍ରୀନାୟକ କହିଛନ୍ତି, ଏଥିସହ ମନୁଷ୍ୟ ସେବା ହିଁ ମାଧବ ସେବା ବୋଲି ସେ ପ୍ରକାଶ କରିଥିଲେ । ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଗାମୀ ଦିନରେ ଏକ ନମ୍ବର ଡାକ୍ତରଖାନା କରିବା ତାଙ୍କର ଲକ୍ଷ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.