Home ଅପରାଧ ଅଧାରାସ୍ତାରେ ସରକାରୀ ଆମ୍ବୁଲାନ୍ସର ସରିଲା ତେଲ, ବିଳମ୍ବ ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଅଧାରାସ୍ତାରେ ସରକାରୀ ଆମ୍ବୁଲାନ୍ସର ସରିଲା ତେଲ, ବିଳମ୍ବ ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

262

ମୟୁରଭଞ୍ଜ, ତା ୫ ଅକ୍ଟୋବର (ଓଡିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ପ୍ରଶାସନର ଅବହେଳା ଯୋଗୁଁ ଅଧାରାସ୍ତାରେ ଆମ୍ବୁଲାନ୍ସରେ ସରିଲା ତେଲ, ବିଳମ୍ବ ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ଏମିତି ଏକ ଦୁଃଖଦ ଘଟଣା ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ହାଣଦା ଗ୍ରାମରେ ଦେଖିବାକୁ ମିଳିଛି। ଖବର ଅନୁଯାୟୀ ଉକ୍ତ ଗ୍ରାମର ଚିତ୍ତରଞ୍ଜନ ମୁଣ୍ଡାଙ୍କ ପତ୍ନୀ ତୁଳସୀ ମୁଣ୍ଡା ଗର୍ଭବତୀ ଥିଲେ। ତାଙ୍କର ଗତକାଲି ରାତିରେ ପ୍ରସବ ବେଦନା ହେବାରୁ ତାଙ୍କୁ ରାତି ୧୧ଘଟିକା ୩୦ମିନିଟ୍ ସମୟରେ ପରିବାର ଲୋକମାନେ ବଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତୁଳସୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଦର୍ଶାଇ ତାଙ୍କୁ ବାରିପଦା ପିଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ। ସେହି ସମୟରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ନଥିବାରୁ ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗେ ତୁଳସୀଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଗଲା। ହେଲେ ଦୁର୍ଭାଗ୍ୟବଶତଃ ଅଧାରାସ୍ତାରେ ଆମ୍ବୁଲାନ୍ସରେ ତେଲ ସରି ଯାଇଥିଲା। ଫଳରେ ତୁଳସୀ ସେଠାରେ ପାଖାପାଖି ଦୀର୍ଘ ଦୁଇଘଣ୍ଟା ଧରି କଷ୍ଟରେ ଛଟପଟ ହେଉଥିଲେ। ଅନେକ ଯୋଗାଯୋଗ ପରେ ସେଠାରେ ଏକ ୧୦୮ ଆମ୍ବୁଲାନ୍ସ ପହଞ୍ଚି ତୁଳସୀଙ୍କୁ ବାରିପଦା ମେଡିକାଲକୁ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.