Home ଅପରାଧ ପଡୋଶୀ ଘର ଛାତ ଉପରେ ଚଢିବାରୁ ଦୁଇ ପରିବାର ମଧ୍ଯରେ ଝଗଡା , ଟେକି କଚାଡିବାରୁ...

ପଡୋଶୀ ଘର ଛାତ ଉପରେ ଚଢିବାରୁ ଦୁଇ ପରିବାର ମଧ୍ଯରେ ଝଗଡା , ଟେକି କଚାଡିବାରୁ ଜଣେ ମୃତ୍ଯୁ

345

ହରିଚନ୍ଦନପୁର ,ତା ୬ ଅକ୍ଟୋବର,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ଦୈତାରୀ ଟାଉନସିପ୍ ଛାତ ବିଲଡିଙ୍ଗ ଅଞ୍ଚଳରେ ଜଣଙ୍କ ଛାତ ଉପରେ ପଡୋଶୀ କୌଣସି କାମ ପାଇଁ ଚଢିଥିବାରୁ ଉଭୟଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା । ପରେ ରାଗରେ ଜଣେ ଜଣଙ୍କୁ ଟେକି କଚାଡି ଦେବାରୁ ତାଙ୍କର ମୃତ୍ଯୁ ଘଟିଛି । ଘଟଣାରୁ ପ୍ରକାଶ ଗତ ଶନିବାର ରାତି ପ୍ରାୟ ୮ ଘଟିକା ସମୟରେ ଦୁଇ ପଡୋଶୀ ଲକ୍ଷ୍ମଣ ନାୟକ ଓ ସୁନାରାମ ମାଝୀ ସାଙ୍ଗ ହୋଇ ମଦ୍ଯପାନ କରିଥିଲେ । କିଛି ସମୟ ପରେ ଲକ୍ଷ୍ମଣ କୌଣସି କାମରେ ପଡୋଶୀ ସୁନାରାମ ମାଝୀଙ୍କ ଛାତ ଉପକୁ ଚଢିଥିଲେ । ଛାତର ଦୁଲଦୁଲ ଶବ୍ଦ ହେବାରୁ ଛାତ ଉପରେ କିଏ ଚଢିଛି କହି ଆସି ଲକ୍ଷ୍ମଣଙ୍କୁ ଦେଖିଥିଲେ । ତାପରେ କାହିଁକି ମୋ ଛାତ ଉପରେ ଚଢିଛୁ କହି ଦୁଇ ପରିବାର ମଧ୍ଯରେ ଝଗଡା ସୃଷ୍ଟି ହୋଇଥିଲା । ଝଗଡାରେ ସୁନାରାମ ରାଗିଯାଇ ଲକ୍ଷ୍ମଣଙ୍କୁ ଟେକି କଚାଡି ଦେଇଥିଲେ, ଫଳରେ ଘଟଣାସ୍ଥଳରେ ଲକ୍ଷ୍ମଣ ଅବସ୍ଥା ସଂଙ୍କଟାପର୍ଣ୍ଣ ହୋଇଥିଲା । ଲକ୍ଷ୍ମଣ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ନିଆଯାଉଥିବା ବେଳେ ଡୁବୁରୀ ନିକଟରେ ତାଙ୍କର ମୃତ୍ଯୁ ଘଟିଛି । ଘଟଣାର ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଏଥିସହ ଅଭିଯୁକ୍ତ ସୁନାରାମ ମାଝୀକୁ ଥାନାରେ ଅଟକ ରଖି ଘଟଣାର ସତ୍ୟତା ଜାଣିବା ପାଇଁ ଅଧିକରୁ ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.