Home ଜିଲ୍ଲା ପରିକ୍ରମା ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି ପ୍ରସ୍ତୁତି ବୈଠକ, ୩ ବିଧାନସଭା ନେତାଙ୍କୁ ଗୁରୁମନ୍ତ୍ର ଦେଲେ...

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି ପ୍ରସ୍ତୁତି ବୈଠକ, ୩ ବିଧାନସଭା ନେତାଙ୍କୁ ଗୁରୁମନ୍ତ୍ର ଦେଲେ ସଭାପତି

57

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଏବେଠାରୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି । ଏ ନେଇ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଭଦ୍ରକ, ଭଣ୍ଡାରିପୋଖରୀ ଓ ଧାମନଗର ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦଙ୍କୁ ନେଇ ଅନୁଷ୍ଠିତ ହୋଇଛି । ଦଳ ଆଗାମୀ ପଞ୍ଚାୟତ ନିର୍ବାଚନ ବୈତରଣୀ କିପରି ଅତିକ୍ରମ କରିବ ସେ ନେଇ ଜିଲା ସଭାପତି ସୁବ୍ରତ ଦାସ ବିଧାନସଭା ନେତୃମଣ୍ଡଳୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଶ୍ରୀ ଦାସ ତାଙ୍କ ଯୋଜନାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ସମ୍ମୁଖୀନ ହେବା ପାଇଁ ବୁଥ୍ ସ୍ତରରୁ ଏବେଠାରୁ ସଂଗଠନକୁ ଦଳୀୟ ଆଦର୍ଶରେ ଆଗେଇବାକୁ ବୁଥ୍ ଓ ୱାର୍ଡ ସ୍ତରରେ କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଶାସକ ଦଳର ଦୁର୍ନୀତି, ବାହାସ୍ଫୋଟକୁ ଲୋକମାନଙ୍କ ପାଖରେ ପ୍ରମାଣିତ କରି ଭୋଟରଙ୍କୁ କଂଗ୍ରେସ ଦଳର ନୀତି ଆଦର୍ଶ ସମ୍ପର୍କରେ ଅବଗତ କରାଇବାକୁ ଭରପୁର ପ୍ରୟାସ କରିବାକୁ କହିଥିଲେ । ଘରକୁ ଘର କର୍ମୀ, ନେତା ବୁଲିବା ସହ ଲୋକଙ୍କ ଅଭାବ, ଅସୁବିଧା, ନିର୍ଯାତନାର କାହାଣୀ ଶୁଣି ସେ ସବୁର ସମାଧାନ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ କହିଥିଲେ । କଂଗ୍ରେସ ଦଳ କଥାରେ ନୁହେଁ, କାମରେ ବିଶ୍ୱାସ କରେ । ଏହି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଶ୍ରୀ ଦାସ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଏ. ଚେଲା କୁମାର ଓ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତି ଓ ଧାମନଗର ନେତା ବିଦ୍ୟାଧର ଯେନା ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ସେହିପରି ଭଦ୍ରକ ବ୍ଲକ ସଭାପତି ଆଡ୍‌ଭୋକେଟ ପ୍ରଫୁଲ୍ଲ ସାମଲ, ଟାଉନ ସଭାପତି ଅବଦୁଲ ମୁକିତ ଖାଁ, ଭଣ୍ଡାରିପୋଖରୀ ବ୍ଲକ ସଭାପତି ରଜନୀକାନ୍ତ ଚାନ୍ଦ, ବନ୍ତ ବ୍ଳକ ସଭାପତି ରାଜେନ୍ଦ୍ର ସ୍ୱାଇଁ, ଧାମନଗର ବ୍ଲକ ସଭାପତି ଅଭିଷେକ ରାଉତ, ଧାମନଗର ବିଜ୍ଞାପିତ ପରିଷଦ ସଭାପତି ପ୍ରସନ୍ନ ଧଳ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ପରବର୍ତ୍ତୀ ସମୟରେ ବାସୁଦେବପୁର ଓ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ସ୍ତରୀୟ ପ୍ରସ୍ତୁତି ବୈଠକ କରାଯାଇ ଉକ୍ତ ୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଦାସ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.