Home ଜିଲ୍ଲା ପରିକ୍ରମା ଜିଲା ଛାତ୍ର ବିଜେଡି ସଭାପତିଙ୍କୁ ମଞ୍ଜୁରୀରୋଡରେ ଆକ୍ରମଣ

ଜିଲା ଛାତ୍ର ବିଜେଡି ସଭାପତିଙ୍କୁ ମଞ୍ଜୁରୀରୋଡରେ ଆକ୍ରମଣ

35

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଛାତ୍ର ବିଜୁ ଜନତା ଦଳ ସଭାପତି ତଥା ୨୨ନଂଜୋନ ଜିଲା ପରିଷଦ ସଦସ୍ୟ ଦିପ୍ତିସୂର୍ଯ୍ୟ ବିଶ୍ୱାଳ ଆଜି ଅପରାହ୍ନ ପ୍ରାୟ ୩.୩୦ମି. ସମୟରେ ମଞ୍ଜୁରୀରୋଡରେ ଆକ୍ରମଣର ଶିକାର ହୋଇଥିବା ଜଣାଯାଇଛି । ଶ୍ରୀ ବିଶ୍ୱାଳ ମଞ୍ଜୁରୀରୋଡ ଫାଣ୍ଡିକୁ ଯାଉଥିବା ବେଳେ ତାରିଣୀ ମନ୍ଦିର ସମ୍ମୁଖରେ ଅତର୍କିତ ଆକ୍ରମଣ କରାଯାଇଥିଲା । ଫଳରେ ଶ୍ରୀ ବିଶ୍ୱାଳଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ଆହତ ବିଶ୍ୱାଳଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭଦ୍ରକ ପଠାଇ ଦିଆଯାଇଛି । ତାଙ୍କ ସହ ଥିବା ଅନ୍ୟ ଦୁଇଜଣ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାଯାଇଛି । ଗତକାଲି ବାବଲପୁର ଗ୍ରାମର ଏକ ଜମିବାଡି ବିବାଦର ସମାଧାନ ପାଇଁ ଫାଣ୍ଡିରେ ଆଲୋଚନା ଚାଲିଥିବା ବେଳେ ଗଣ୍ଡଗୋଳ ହୋଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଶ୍ରୀ ବିଶ୍ୱାଳଙ୍କ ଉପରେ ଆକ୍ରମଣ କରାଯାଇଛି ବୋଲି ସ୍ଥାନୀୟ ସୂତ୍ରରୁ ପ୍ରକାଶ । ମାତ୍ର ଏଥିନେଇ ଥାନାରେ କୌଣସି ଅଭିଯୋଗ ଏଯାବତ ହୋଇନଥିବା ଜଣାଯାଇଛି । ଗତ କାଲି ଫାଣ୍ଡିରେ ଗଣ୍ଡଗୋଳ ହେବା ଓ ଆଜି ସାପ୍ତାହିକ ସଟଡାଉନ ସତ୍ତ୍ୱେ ବଜାରରେ ଗହଳି ହୋଇ ଆକ୍ରମଣ ହେବା ଘଟଣା ପୁଲିସର କାର୍ଯ୍ୟଦକ୍ଷତା ଓ ପେଷାଗତ ନିଷ୍ଠା ପ୍ରତି ସ୍ଥାନୀୟ ଲୋକେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.