Home ଜିଲ୍ଲା ପରିକ୍ରମା ଆଇସିଏସ୍‌ଇ ପରୀକ୍ଷାରେ ଦୀପାଞ୍ଜଳିଙ୍କ ସଫଳତା

ଆଇସିଏସ୍‌ଇ ପରୀକ୍ଷାରେ ଦୀପାଞ୍ଜଳିଙ୍କ ସଫଳତା

69

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ସ୍ଥିତ ହ୍ୟାପୀ ହୋମ ସ୍କୁଲର ଛାତ୍ରୀ ଦିପାଞ୍ଜଳୀ ପଣ୍ଡା ଚଳିତ ଆଇସିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ୯୧.୬ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯିବା ସହିତ ଜେଜେବାପା ଶିକ୍ଷାବିତ୍ ପର୍ଶୁରାମ ପଣ୍ଡା, ଅଜା କୈଳାଶ ଚନ୍ଦ୍ର ମହାପାତ୍ର, ଜେଜେମା, ଆଇ, ବାପା ହେମକାନ୍ତ, ମାଆ ଦେବସ୍ମିତା, କାକା, ଖୁଡି ଶୁଭେଚ୍ଛା ସହ ଆଶୀର୍ବାଦ ପ୍ରଦାନ କରିଛନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ସେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିବାର ଏବଂ ଅଜା ଆଇଙ୍କୁ ଅର୍ପଣ କରିଛନ୍ତି । ଆଗାମୀ ଦିନରେ ସେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.