Home କେନ୍ଦ୍ରାପଡ଼ା ପଂଚାୟତ ସରକାରୀ ହାଇସ୍କୁଲରେ ଅଭିଭାବକ ଶିକ୍ଷକ ବୈଠକ

ପଂଚାୟତ ସରକାରୀ ହାଇସ୍କୁଲରେ ଅଭିଭାବକ ଶିକ୍ଷକ ବୈଠକ

48

କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲାର ଅଙ୍ଗୁଲାଇସ୍ଥିତ ପଂଚାୟତ ସରକାରୀ ହାଇସ୍କୁଲ ପରିସରରେ ପ୍ରଧାନଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପ୍ରଧାନଙ୍କ ସଭାପତିତ୍ୱରେ ଏକ ଅଭିଭାବକ ଓ ଶିକ୍ଷକଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବରିଷ୍ଠ ଶିକ୍ଷକ ସମୀର କୁମାର ଦାସ ଓ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ପାତ୍ର ଅଭିଭାବକମାନଙ୍କୁ ଏକଶହ ଦିନର ପାଠ୍ୟଖସଡା ପ୍ରସ୍ତୁତି ସମ୍ପର୍କରେ ବୁଝାଇଥିଲେ। କୋଭିଡ ନିୟମ ମାନିବା ଓ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଦର୍ପଣର ଉପାଦେୟତା ତଥା ବିଦ୍ୟାଳୟର ସ୍ୱଛତା ଓ ନିରାପତ୍ତା ସମ୍ପର୍କରେ ଅଭିଭାବକମାନେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ବୈଠକରେ ଶିକ୍ଷକ ମନୋରଞ୍ଜନ ମଲ୍ଲ, ମହେନ୍ଦ୍ର ନାଥ ପ୍ରଧାନ, ମହେଶ୍ୱର ନାୟକ, ଶିକ୍ଷା କର୍ମଚାରୀ ଜ୍ୟୋସ୍ôନାରାଣୀ ମିଶ୍ର, ଭଗବାନ ପାତ୍ର, ବୃନ୍ଦାବନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.