Home ଜିଲ୍ଲା ପରିକ୍ରମା ‘ନୟୀଶୋଚ’ ପକ୍ଷରୁ ଦଳିତ ବସ୍ତିରେ ଦୀପାବଳୀ ପାଳନ

‘ନୟୀଶୋଚ’ ପକ୍ଷରୁ ଦଳିତ ବସ୍ତିରେ ଦୀପାବଳୀ ପାଳନ

29

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ବଜାରରେ ସ୍ଥାନୀୟ ଅଞ୍ଚଳର ସାମାଜିକ ସଙ୍ଗଠନ ‘ନୟୀଶୋଚ’ ପକ୍ଷରୁ ରଣଜିତ ପଞ୍ଚାୟତର ଦଳିତ ଓ ଆଦିବାସୀ ବସ୍ତିରେ ଦୀପାବଳୀ ପାଳନ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ମନୋଜ କୁମାର ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଙ୍ଗଠନ ପକ୍ଷରୁ ଶିଶୁମାନଙ୍କୁ ମିଠାଇ, ବିସ୍କୁଟ, ଚକୋଲେଟ, ମହମବତୀ, ସବୁଜ ବାଣ ଆଦି ପ୍ରଦାନ କରାଯାଇଥିଲା । ଦଳିତ ଓ ଆଦିବାସୀ ପରିବାରରେ ହସ ଫୁଟାଇବା ପାଇଁ ସଙ୍ଗଠନ ପକ୍ଷରୁ ଏଭଳି ପାଳନ କରାଯାଇଥିଲା । ଏଥିସହ ବାଣ ଫୁଟାର କୁପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା । ସେହିପରି ଜଳମଣ୍ଡୁଆ ପଞ୍ଚାୟତର ଦଳିତ ଓ ଆଦିବାସୀ ବସ୍ତିରେ ସଙ୍ଗଠନ ପକ୍ଷରୁ ଦୀପାବଳୀ ଅନୁରୂପ ଭାବେ ପାଳନ କରାଯାଇଥିଲା । ସରପଞ୍ଚ ଜଗବନ୍ଧୁ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ । ସଙ୍ଗଠନ ସମ୍ପାଦକ ଜ୍ୟୋତିରଞ୍ଜନ ନାୟକ, ଉତ୍କଳ କେଶରୀ ବିଶ୍ୱାଳ, ମୃତ୍ୟୁଞ୍ଜୟ ମହାନ୍ତି, ଶୁଭାଶିଷ ନାୟକ, ସ୍ମୃତି ପ୍ରକାଶ, ସୌରଭ କୁମାର, ବ୍ରହ୍ମା ଶଙ୍କର ଦାସ, ଦିଲ୍ଲିପ କୁମାର ସାହୁ, ପ୍ରକାଶ ନାୟକ, ବାପି ଜେନା, ଦେବାଶିଷ ପଟ୍ଟନାୟକ, ସତ୍ୟବ୍ରତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପାଳନରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.