Home ଜିଲ୍ଲା ପରିକ୍ରମା ଦୀପାବଳୀ ଉତ୍ସବ ପାଳନ; ଫୁଟିଲା ବେଆଇନ ବାଣ

ଦୀପାବଳୀ ଉତ୍ସବ ପାଳନ; ଫୁଟିଲା ବେଆଇନ ବାଣ

50

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଦୀପାବଳୀ ଉତ୍ସବ ପାଳନ ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯିବା ସହ କାଉଁରିଆ କାଠି ଜଳାଯାଇ ଆବାହନ କରାଯାଇଥିଲା । କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାରମ୍ପାରିକ ବାଣ ନିସିଦ୍ଧ କରାଯାଇଥିଲେ ହେଁ ବିପୁଳ ପରିମାଣରେ ବିକ୍ରି କରାଯିବା ସହ ଫୁଟାଯାଇଛି । ସରକାରଙ୍କ କଟକଣା ଓ ସ୍ୱାସ୍ଥ୍ୟ ବିଭାଗର ନିବେଦନ ସତ୍ତ୍ୱେ ସବୁଜ ଆତସବାଜି ପରିବର୍ତ୍ତେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବ୍ୟାପକ ଭାବେ ପାରମ୍ପରିକ ବାଣ ଫୁଟା ଯାଇଥିଲା । ପୁଲିସ ପକ୍ଷରୁ ଚଢାଉ ଜାରି ରହିଥିଲା । ହେଲେ ଲୁଚାଛପାରେ ବାଣ ବିକ୍ରୀକୁ ରୋକାଯାଇ ପାରିନଥିଲା । ମାଳଦା ବଜାରରୁ ବେଆଇନ ବାଣ ବିକ୍ରେତା ଚତୁର୍ଭୁଜପୁର ଗ୍ରାମର ସୁନନ୍ଦ ପରିଡାଙ୍କୁ ଗିରଫ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଥିଲା । ଏ ସମ୍ପର୍କରେ ୩୪୩/୨୧ନଂ ମାମଲା ଋଜୁ କରାଯାଇଛି । ସେହିପରି କୁଲଣା ଗ୍ରାମର ପ୍ରମୋଦ କୁମାର ଧଳଙ୍କ ବାସଭବନରୁ ବିପୁଳ ପରିମାଣର ବାଣ ଜବତ କରାଯାଇଥିଲା । ଏଥିନେଇ ୩୪୪/୨୧ନଂ ମାମଲା ଋଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.