Home ଜିଲ୍ଲା ପରିକ୍ରମା କରୋନା ମହାମାରୀ ବଢିବା ଆଶଙ୍କାରେ ସଚେତନତା କାର୍ଯ୍ୟକ୍ରମ

କରୋନା ମହାମାରୀ ବଢିବା ଆଶଙ୍କାରେ ସଚେତନତା କାର୍ଯ୍ୟକ୍ରମ

36

ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପଧାନ): କରୋନା ମହାମାରୀ ଥମିନାହିଁ। ଏବେବି ତା’ର ପ୍ରାଦୁର୍ଭାବ ରହିଛି। ଏପରିକି ଆସନ୍ତା ଡିସେମ୍ବର ମାସରୁ କରୋନା ସଂକ୍ରମଣ ଅଧିକ ବଢିବାରେ ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ଓଡ଼ଗାଁ ବ୍ଳକ ଗିରିଡ଼ିପଲ୍ଲୀ ପଂଚାୟତର ଝାଡ଼ସାହି ଗ୍ରାମର ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେଚତନା କରାଯାଇଛି। ଗ୍ରାମର ‌ବିଭିନ୍ନ ବର୍ଗର ଲୋକ ଯୁବ୍‌କ ସଂଘ ଓ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ହତାରେ ପ୍ଲାକାର୍ଡ଼, ବ୍ୟାନର ଧରି ଗାଁ ପରିକ୍ରମା କରି କରୋନା ସଚେତନତା କରିଥିଲେ। ଆଗକୁ ଅଧିକରୁ ଅଧିକ ସଚେତନତା ନରହିଲେ କରୋନା ମାଡ଼ିଯିବ ବୋଲି କହିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଗିରିଡ଼ିପଲ୍ଲୀ ସରପଂଚ, ଆଶା, ଅଙ୍ଗନବାଡ଼ି କର୍ମୀ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.