Home ଜିଲ୍ଲା ପରିକ୍ରମା  ନୟାଗଡ଼ ମଂଚାୟନ ତରଫରୁ ସ୍ମୃତିଚାରଣ ସଭା

 ନୟାଗଡ଼ ମଂଚାୟନ ତରଫରୁ ସ୍ମୃତିଚାରଣ ସଭା

120

ନୟାଗଡ଼, ୨୨ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ର ନାଟ୍ୟଶାଳା ମଂଚାୟନ ତରଫରୁ ଦିବଂଗତ ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ସହ ସେମାନଙ୍କ ଜୀବନୀ ତଥା ଗୁଣାବଳୀକୁ ନେଇ ମଂଚାୟତର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନାରେ ସ୍ମତି ଚାରଣ ସଭା ଅନୁଷ୍ଠି ହୋଇଯାଇଛି। ପ୍ରଖ୍ୟତ ଅଭିନେତା, ନିର୍ଦ୍ଦେଶକ ତଥା ଓଡ଼ିଶ ସଂଗୀତ ନାଟକ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ତଥା ମୁଖ୍ୟ ବିଜୟ କୁମାର ମହାନ୍ତି, ଓଡ଼ିଶାର ବିଶିଷ୍ଠ ନାଟ୍ୟ ନିର୍ଦ୍ଦେଶକ ତଥା ମଂଚ ଅଭିନେତା ସୁରେଶ ସାହୁ, ନୟାଗଡ଼ର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକ ଏବଂ ଓଡ଼ଗାଁର ସମ୍ବାଦ ପ୍ରତିନିଥି ତଥା ‘ଜୁବୁଲି’ର ସଂପାଦକ ହୃଦୟ ରଂଜନ ମହାରଣାଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା ସହ ସେମାନଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସଭାପତି ଜାମିନୀକାନ୍ତ ମିଶ୍ର ସଭାପତିତ୍ୱ କରିଥିଲାବେଳେ ସୁରେନ୍ଦ୍ର କୁମାର ସାହୁ, ପ୍ରଶାନ୍ତ କୁମାର ସାମନ୍ତରାୟ, ଜ୍ଞାନ ପ୍ରକାଶ ବାରିକ, ଗୋକଳ କୁମାର ଷଡ଼ଙ୍ଗୀ, ରାମକୃଷ୍ଣ ନାୟକ, କୈଳାଶ ଓଝା ପ୍ରମୁଖ ଯୋଗଦେଇ ଦିଂବଗତ ମହାନ ବ୍ୟକ୍ତିମାନଙ୍କ ସ୍ମୃତି ରୋମନ୍ଥନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.