Home ଜିଲ୍ଲା ପରିକ୍ରମା ଧାର ଟଙ୍କା ମାଗିବାରୁ ମାରଣାସ୍ତ୍ର ଦେଖାଇ ଧମକ : ଅଭିଯୁକ୍ତକୁ ଗିରଫ ଦାବି

ଧାର ଟଙ୍କା ମାଗିବାରୁ ମାରଣାସ୍ତ୍ର ଦେଖାଇ ଧମକ : ଅଭିଯୁକ୍ତକୁ ଗିରଫ ଦାବି

96

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ ନାୟକାଣୀଡିହି ଥାନା ଅଧୀନସ୍ଥ ନଳବାଙ୍କ ଗ୍ରାମର କାଳିଆ ପରିଡା ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ମଂଜୁଲତା ପରିଡାଙ୍କ ଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଧାର ନେଇଥିଲେ। ମଂଜୁଲତା ଟଙ୍କା ମାଗିବାରୁ ଆଜିକାଲି କହି ଦିନ ଗଡାଉଥିଲୋ। ଏହି ଘଟଣାକୁ କେନ୍ଦ୍ରକରି କାଳିଆ ଏବଂ ତାର ଦୁଇ ସହଯୋଗୀ ସହ ମଂଜୁଲତାଙ୍କ ଘରକୁ ଆସି କାହାରିକି ନପାଇ ମୋବାଇଲ୍ଟି ନେଉଥିବା ସମୟରେ ମଂଜୁଲତାଙ୍କ ନାବାଳିକା ଝିଅ ଆଖିରେ ପଡିବାରୁ ନାବାଳିକାକୁ ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ନାୟକାଣୀଡିହି ଥାନାରେ ଅଭିଯୋଗ କରିଥିଲେ ମଂଜୁଲତା। ତେବେ ନାୟକାଣୀଡିହି ପୁଲିସ୍ ମୁଖ୍ୟ ଅଭିଯୁକ୍ତ କାଳିଆକୁ ଗିରଫ କରିଥିବାବେଳେ ଅନ୍ୟ ସହଯୋଗୀଙ୍କୁ ଗିରଫ କରିବା ପାଇଁ ମଂଜୁଲତା ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.