Home ଜିଲ୍ଲା ପରିକ୍ରମା ନୟାଗଡ଼ ପୌରପରିଷଦ: ୧୧୫ ସଫେଇ କର୍ମଚାରୀ ଶ୍ରମିକଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

ନୟାଗଡ଼ ପୌରପରିଷଦ: ୧୧୫ ସଫେଇ କର୍ମଚାରୀ ଶ୍ରମିକଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

103

ନୟାଗଡ଼, ୨୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆନୁକୂଲ୍ୟରେ ଇନୋଡଷ୍ଟ ସଂସ୍ଥା ଭୁବନେଶ୍ୱର ପକ୍ଷରୁ ନୟାଗଡ଼ ପୌର ପରିଷଦର ୧୧୫ଜଣ ସଫେଇ କର୍ମଚାରୀ ଓ ଶ୍ରମିକଙ୍କୁ ଦକ୍ଷତା ବୃଦ୍ଧି ସମ୍ପର୍କୀତ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି। ଏହି କର୍ମଶାଳା ସ୍ଥାନୀୟ ସିଦ୍ଧେଶ୍ୱରୀ କଲ୍ୟାଣ ମଣ୍ଡପରେ ୫ଦିନ ବ୍ୟାପୀ ଦିଆଯାଇଥିଲାବେଳେ କର୍ମଚାରୀ ମାନଙ୍କ କର୍ମ ତତ୍ପର ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା।

ଏହି କର୍ମଶାଳାନରେ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ୟଅତିଥିଭାବେ ଯୋଗଦେଇ ସହରବାସୀଙ୍କ ଆଶା ଓ ଅକାକ୍ଷାଂ ଉପରେ ନଜର ରଖି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପ୍ରକଳ୍ପ ଅଧିକାରୀ ଲକ୍ଷ୍ମୀଧର ମହାପାତ୍ର, ଇନୋଡର ସଂସ୍ଥାର ପରିଚାଳିକା ମଧୁସ୍ମିତା ସାହୁ, ସରୋଜ କୁମାର ପଣ୍ଡା ଓ ବିବେକାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଝାଡ଼ୁଦାରଙ୍କୁ ମାଗଣାରେ ପୋଷାକ ବଂଟନ କରାଯାଇଥିବାବେଳେ ସେମାନଙ୍କ ନିଷ୍ଠା ପ୍ରତିପାଦନ ପାଇଁ ସେମାନଙ୍କୁ ସାମୁହିକଭାବେ ଶପଥ ପାଠ କରାଯାଇଥିଲା। ଲକ୍ଷ୍ମୀଧର ସାହୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.