Home ଓଡ଼ିଶା ସର୍ବଭାରତୀୟ ନୟାଗଡ଼ ହକି କପ୍‌ର ୨ୟ ଦିବସ : ହରିୟାନା ଓ ଭୁବନେଶ୍ୱର ରେଲୱେ ଦଳ...

ସର୍ବଭାରତୀୟ ନୟାଗଡ଼ ହକି କପ୍‌ର ୨ୟ ଦିବସ : ହରିୟାନା ଓ ଭୁବନେଶ୍ୱର ରେଲୱେ ଦଳ ବିଜୟୀ

202

ନୟାଗଡ଼, ୨୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସର୍ବଭାରତୀୟ ନୟାଗଡ଼ ହକି କପ୍‌ର ୨ୟ ଦିବସରେ ଦୁଇ ପର୍ଯ୍ୟାୟ ଖେଳରେ ହରିୟାନା ଓ ଭୁବନେଶ୍ୱର ରେଲୱେ ଦଳ ବିଜୟୀ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ହରିୟାନାର କରନଲ୍ ହକି ଓ ସମ୍ବଲପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲାବେଳେ ହରିୟାନା ଦଳ ୪-୧ ଗୋଲରେ ବିଜୟୀ ହୋଇଥିଲା। ସେହିପରି ୨ୟ ପର୍ଯ୍ୟାୟ ମ୍ୟାଚରେ ମଧ୍ୟପ୍ରଦେଶର ଟିକମ୍‌ଗଡ଼ ହକି ଏକାଡେମୀ ଓ ଭୁବନେଶ୍ୱର ପୂର୍ବତଟ ରେଳବାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର ଦଳ ୫-୧ ଗୋଲରେ ବିଜୟୀ ହୋଇଥିଲେ।

ଏହି ଖେଳରେ ମୁଖ୍ୟଅତିଥିଭାବେ ଜିଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଯୋଗଦେଇଥିଲାବେଳେ ଅନ୍ୟତମ ଅତିତିଭାବେ ନୟାଗଡ଼ ହକି ଆସୋସିଏସନର ସଭାପତି ମିତାଲି ପ୍ରିୟଦର୍ଶିନୀ ପ୍ରଧାନ, ଆଇଆଇସି ଜୟଦୀପ ମହାନ୍ତି, ଶରତ ପାତ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିରଜାଲକ୍ଷ୍ମୀ ସାହୁ, କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ। ରେଫରିଭାବେ ଖେଳକୁ ପରିଚାଳନା କରିଥିଲେ ଉତ୍ତରପ୍ରଦେଶର ଦୀପକ ଓ ଆଶୀଷ ଏବଂ ଓଡ଼ିଶାର ସାଗର। ଖେଳରେ ଧାରା ବିବରଣୀ ପ୍ରଦାନ କରିଥିଲେ ଶେଖ ଅବଦୁଲ ଖାଲିକ୍ ଓ ଡ.ଆଶୁତୋଷ ମିଶ୍ର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.