Home ଖେଳ ଜିଲାସ୍ତରୀୟ ଓପନ ଚେସ୍ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ

ଜିଲାସ୍ତରୀୟ ଓପନ ଚେସ୍ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ

76

ନୟାଗଡ଼, ୨୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲା ଚେସ୍ ଆସୋସିଏସନ ଏବଂ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଦୁଇଦିନ ଚାଲିଥିବା ଜିଲାସ୍ତରୀୟ ଓପନ ଚେସ୍ ଟୁର୍ଣ୍ଣାମେଂଟ -୨୦୨୦ ଉଦ୍‌ଯାପିତ ହୋଇଯାଇଛି। ରୋଟାରୀ ଭବନଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ୨୪ଜଣ ଖେଳାଳୀ ଭାଗ ନେଇଥିଲେ।

ଚେସ୍ ଆର୍ବିଟର ସେନ୍ତୋଷ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପାଂଚ ରାଉଣ୍ଡ ଖେଳ ଅନୁଷ୍ଠିତ ହୋଇଥିଲା। ଓଡ଼ଗାଁର ଜିତେନ୍ଦ୍ର କୁମାର ଦାସ ବିଜୟୀ ହୋଇ ଚମ୍ପିଆନ ହୋଇଥିଲାବେଳେ ସିନ୍ଦୁରିଆ ଗ୍ରାମର ଜୟପ୍ରକାଶ ବୈରିଗଞ୍ଜନ ରନର୍ସ ହୋଇ ଟ୍ରଫି ସହ ଅର୍ଥରାଶି ଗ୍ରହଣ କରିଥିଲେ। ଆସୋସିଏସନର ସଭାପତି ପ୍ରମୋଦ କୁମାର ପଟ୍ଟନାୟକ, ସଂଯୋଜକ ଧିରେନ୍ଦ୍ର କମୁାର ପଟ୍ଟନାୟକ, ରୋଟାରୀ କ୍ଲବର ସଭାପତି ମଦନ ମୋହନ ମହାପାତ୍ର ଏବଂ ଚେସ୍ ପ୍ରଶିକ୍ଷକ ସନ୍ତୋଷ କୁମାର ନାୟକ ସମନ୍ତ ଖେଳାଳୀଙ୍କୁ ସାର୍ଟିଫିକେଟ ଏବଂ ପ୍ରଥମ ୧୦ଜଣ ଖେଳାଳୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.