Home ଓଡ଼ିଶା ନୟାଗଡ଼ ଜିଲାରେ ଥଣ୍ଡାକାଶ ବଢୁଛି, କରୋନାକୁ ଭୟ

ନୟାଗଡ଼ ଜିଲାରେ ଥଣ୍ଡାକାଶ ବଢୁଛି, କରୋନାକୁ ଭୟ

52

ନୟାଗଡ଼, ୨୨ା୧୧(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଥିବା ଦେଖିବାକୁ ମିଳୁଛି। ଯାହାକି ଲୋକମାନେ ବାହାରକୁ ବାହାରିବା ପାଇଁ ଟିକେ ମନରେ ଦମ୍ଭ ଧରିଛନ୍ତିି। କରୋନା ଏପରି ଏକ ଭା/ଇରସ ଯାହାକି ମଣିଷକୁ ସହଜରେ ଆକ୍ରମଣ କରେ ଓ ଏହାର ଲକ୍ଷଣ ଏତେ ମାରାତ୍ମକ ନହେଲେ ମଧ୍ୟ ଜୀବନକୁ ନେବାକୁ ବି ବେଶୀ ସମୟ ନିଏନି। ଯାହାକି ଚଳିତବର୍ଷ କରୋନା ବହୁତ କିଛି ଆଖି ଆଗରେ ଦେଖେଇ ଦେଇଥିବା ଏବଂ ଶିଖେଇ ଦେଇଥିବା ଆଲୋଚନା ହେଉଛି। ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା କମିଥିଲେ ମଧ୍ୟ ଲୋକଙ୍କୁ ମନରୁ କିନ୍ତୁ କରୋନା ଭୟାବହତା କମିନି। ଜିଲାର କରୋନା ସଂକ୍ରମଣ ସ୍ଥିତି ଦେଖିବାକୁ ଗଲେ ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ କରୋନା ସଂକ୍ରମଣ ସଂଖ୍ୟା ଶତକ ଛୁଇଁଥିଲା। ଏବଂ ଅଗଷ୍ଟ ମାସର ପୂର୍ବବର୍ତ୍ତୀ ଓ ସେପ୍ଟେମ୍କବର ପରବର୍ତ୍ତୀ ମାସରେ କରୋନା ସଂକ୍ରମଣ ସଂଖ୍ୟ ଦୁଇସଂଖ୍ୟାରେ କେବଳ ସୀମିତ ଥିଲା। ଗତ ଅଗଷ୍ଟ ମାସ ୧୬ ତାରିଖରେ କରୋନା ସଂକ୍ରମଣ ସଂଖ୍ୟା ଜିଲାରେ ୧୪୨ ଥିଲାବେଳେ ସେହିମାସ ୧୮ ତାରିଖରେ ୧୪୭, ୨୦ ତାରିଖରେ ୨୩୨, ୨୩ ତାରିଖରେ ୧୫୩, ୨୫ ତାରିଖରେ ୧୦୩, ୨୬ ତାରିଖରେ ୧୭୧, ୨୮ ତାରିଖରେ ୧୦୯, ୨୯ ତାରିଖରେ ୧୨୦ ଓ ସେପ୍ଟେମ୍ବର ମାସ ୩ ତାରିଖରେ ୧୧୦ ଥିଲା। ହେଲେ ପରବର୍ତ୍ତୀ ମାସ ଗୁଡ଼ିକରେ କରୋନା ସଂକ୍ରମଣ ସଂଖ୍ୟା କମିବାର ଲାଗିଥିଲା। ମାତ୍ର କରୋନା ମୃତକଙ୍କ ସଂଖ୍ୟା କମିନଥିଲା। ଏପଂ ପରେ ପରେ ସଂକ୍ରମଣଙ୍କ ସଂଖ୍ୟା କମିବା ଦେଖିବାକୁ ମିଳିଥିଲା। ତେବେ କରୋନା ସଂକ୍ରମଣଙ୍କ ସଂଖ୍ୟା କମିଥିଲେ ମଧ୍ୟ ଏବେ ପୁଣି କିଛିଦିନ ହେଲା ଜିଲାର ଗାଁ ଗାଁରେ ଥଣ୍ଡାକାଶ ଜ୍ୱରରେ ବହୁ ଲୋକ ଆକ୍ରାନ୍ତ ହେଉଥିବା ନେଇ କରୋନା ଭୟ ଦେଖାଇଛି। ଥଣ୍ଡାକାଶ ଲୋକମାନଙ୍କୁ ବହୁଦିନ ଧରି ଲାଗି ରହୁଛି। ଯାହାକି ଲୋକମାନଙ୍କ ମନରେ ଥଣ୍ଡାକାଶ ଜ୍ୱରକୁ ନେଇ ଲୋକମାନଙ୍କ ମନରେ କରୋନା ସଂକୟମଣକୁ ନେଇ ଭୟ ସଂଜାର କରୁଛି। ଦିଲ୍ଲୀରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବା ନେଇ ଲୋକମାନେ ଶଙ୍କାଗ୍ରସ୍ତ ହୋଇପଡ଼ିଛନ୍ତି। କରୋନା ମୁକ୍ତରୁ ଟିକେ ବର୍ତ୍ତିଲା ବେଳକୁ ଏହି ଥଣ୍ଣାକାଶ ଜ୍ୱର ପୁଣି ଲୋକମାନଙ୍କୁ ଅଣନିଶ୍ୱାସୀ କରି ପକାଇଛି। ସାମାଜିକ ଗଣମାଧ୍ୟମରେ କରୋନାର ଭୟାବହତା, କରୋନା ଜନିତ ମୃତ୍ୟୁ, କରୋନାର ବ୍ୟାପକତା, ଲକ୍ ଡାଉନ, ସର୍ଟଡାଉନ, କଂଟେନମେଂଟ, ସୋସିଆଲ ଡିଷ୍ଟାନ୍ସ ପରି ଶଦ୍ଦର ବାରମ୍ବାର ପ୍ରଚାର କୋମଳମତି ଶିଶୁ ଓ କିଶୋର ମାନଙ୍କ ମାନସିକତାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। କରୋନା ଭୟଭିତ ଶଦ୍ଦକୁ ଭୁଲିବାକୁ ଚେଷ୍ଟା କରାଯାଉଥିବାବେଳେ ସମ୍ପ୍ରତ୍ତି ଦେଖାଦେଇଥିବା ଥଣ୍ଡାକାଶ ଜ୍ୱର ପୁଣି କରୋନା ଭୟ ମନରେ ସଂଚାର କରୁଛି। ଏପରିସ୍ଥଳେ କରୋନା କଟକଣା ମଧ୍ୟରେ ରହି ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱରେ ରହି ସାନିଟାଇଜର କୁ ଅଧିକ ଗୁରୁତ୍ୱ ଦିଆଯିବାପାଇଁ ବୁଦ୍ଧିଜୀବୀମାନେ କହିଛନ୍ତି। ଏଥିପ୍ରତି ଜିଲାପ୍ରଶାସନର ଦୃଷ୍ଟ ଆକର୍ଷଣ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.