Home ଜିଲ୍ଲା ପରିକ୍ରମା ଥାନା ଅଧିକାରୀଙ୍କ ବଦଳି ଦାବି କରି ଆଦିବାସୀ କଲ୍ୟାଣ ସଙ୍ଘର ବିକ୍ଷୋଭ ପ୍ରଦର୍ଶନ

ଥାନା ଅଧିକାରୀଙ୍କ ବଦଳି ଦାବି କରି ଆଦିବାସୀ କଲ୍ୟାଣ ସଙ୍ଘର ବିକ୍ଷୋଭ ପ୍ରଦର୍ଶନ

32

ବଲାଙ୍ଗୀର, ୨୪-୧୧ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ୍ଡିଭିଜନ ସ୍ତରର ଆଦିବାସୀ କଲ୍ୟାଣ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଟିଟିଲାଗଡ଼ ଥାନାକୁ ଘେରାଓ କରିବା ସହ ଥାନାଧିକାରୀଙ୍କ ବଦଳି ଦାବି କରାଯାଇଛି। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି ଯେ, ଟିଟିଲାଗଡ଼ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ଆଦିବାସୀମାନଙ୍କ ପ୍ରତି ମାତ୍ରାଧିକ କାର୍ଯ୍ୟକଳାପ ଗ୍ରହଣ କରୁଥିବା ବେଳେ ଆଦିବାସୀ ମାନଙ୍କ ମାଲି, ମୋକଦ୍ଦମାରେ ଗୁରୁତ୍ୱ ଦେଉନାହାନ୍ତି। ଆଦିବାସୀମାନଙ୍କ ପ୍ରତି ଜାଣିଶୁଣି ପାଲଟା ମାମଲା ରୁଜ୍ଜୁ କରେଇ ବାକୁ ସବୁ ସମୟରେ ଉଦ୍ୟମ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ନେଇ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳ ଅଫିସ ସହ ଟିଟିଲାଗଡ଼ ପୋଲିସ ଷ୍ଟେସନ ଘେରାଓ କରି ଟିଟିଲାଗଡ଼ ଥାନା ଅଧିକାରୀଙ୍କ ବଦଳି ଦାବି କରିଛି। ଟିଟିଲାଗଡ ଥାନା ଅଧିକାରୀ ଟଙ୍କା ଲୋଭରେ ରହିଥିବା ବେଳେ ଆଦିବାସୀ ମାନଙ୍କୁ ନ୍ୟାୟ ଦେଉ ନ ଥିବା ସଂଘ ଅଭିଯୋଗ କରିଛି। ଏହି ଥାନାରେ ବାରମ୍ବାର ଉଭୟ ପକ୍ଷଙ୍କ ନିକଟରୁ ଟଙ୍କା ଆଦାୟ କରିବା ଓ କୋର୍ଟ ଚାଲାଣ କାହାକୁ ନ କରି ଅର୍ଥ ତୋଷାର ପାତ କରିଚାଲିଛନ୍ତି। ଏପରିକି ବଲାଙ୍ଗୀର କୁ ସରଳ, ଗରିବ ଶ୍ରେଣୀର ଲୋକେ ଯାଇ ଜିଲ୍ଲାପାଳ ଓ ଏସ ପି ଙ୍କୁ ମଧ୍ୟ ବାରମ୍ବାର ଗୁହାରୀ କରି ସୁଦ୍ଧା ନିରାଶ ହେବା ସାର ହେଉଛି। କୋର୍ଟ ଚାଲାଣ ନ କରି ମାସ, ମାସ ଦିନ ଗଡେଇ ଲୋକଙ୍କୁ ହାଇରଣ, ହରକତ କରାଯିବା ଓ ଶାସକ ଦଳର ଛାତ୍ରଛାୟା ତଳେ ରହି ଏପରି ଅରାଜକତା ଚଳାଇ କାହାରିକୁ ଖାତିର ନ କରିବା ପରି ସଙ୍ଗିନ ଅଭିଯୋଗ ହୋଇଛି। ସମସ୍ତ ଙ୍କ ନିକଟରୁ ଅର୍ଥ ଆଦାୟ କରି ମନମୁଖୀ ଭାବେ ପ୍ରତି ୧୫ ଦିନରେ ଥରେ ଦାମିକା ଘରୋଇ ଗାଡି ରେ ଭୁବନେଶ୍ୱର ଯାଇ କେବଳ ଆଦାୟ କରୁଥିବା ଟଙ୍କା ରଖି ଆସିଥାନ୍ତି। ଏପରି କି ଜଣେ ବ୍ୟକ୍ତି ବଲାଙ୍ଗୀର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ଘଟଣା ମନ୍ଧ୍ୟ ଘଟିଛି। ଥାନାରେ ଏସ ଆଇ ବା ଦିତୀୟ ଥାନା ଅଧିକାରୀ ମନୋଜ ମୁଣ୍ଡା ସମସ୍ତ ଥାନାର ଦାଇତ୍ଵ ପରିଚାଳନା କରୁଥିବା ବେଳେ ଥାନା ଅଧିକାରୀ ମନମୁଖୀ ଶାସନ ଚଲାଇ ଆସୁଥିବା ଅଭିଯୋଗ କରାଯାଇଛି। ଏ ନେଇ ଆଗାମୀ ଦିନରେ ଟିଟିଲାଗଡ଼ ଥାନା ଅଧିକାରୀଙ୍କୁ ତୁରନ୍ତ ବଦଳି ନ କଲେ ଭୟଙ୍କର ଆନ୍ଦୋଳନ କରିବ ବୋଲି ଆଦିବାସୀ ସଂଘ ଚେତାବନୀ ଦେଇଛି। କିଛି ମାସ ତଳେ ଟିଟିଲାଗଡ଼ ଥାନା ମାଲିଝର ଗାଁର ଆଦିବାସୀ ନେତା ଦେବ ସିଂ ମାଝୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନ କରି ଓଲଟା ଦେବ ସିଂ ମାଝୀଙ୍କ ନାମରେ ମାମଲା ରୁଜୁ କରି ଥିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଆଦିବାସୀ ସଂଘ। ଏନେଇ ଆଜି ସଂଘ ଚରମବାଣୀ ଦେଇଛି। ୨୪ ଘଣ୍ଟା ମଧ୍ୟରେ ଦାବି ପୂର୍ଣ୍ଣ ନହେଲେ ଆଗକୁ ଯାହା ପରିସ୍ଥିତି ଘଟିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ସଂଘ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.