Home ଜିଲ୍ଲା ପରିକ୍ରମା ନୟାଗଡ : ରଣପୁରରେ ମଶାଙ୍କ ପ୍ରାର୍ଦୁଭାବ ବଢୁଛି ପଡୁନି ମଶାମରା ତେଲ

ନୟାଗଡ : ରଣପୁରରେ ମଶାଙ୍କ ପ୍ରାର୍ଦୁଭାବ ବଢୁଛି ପଡୁନି ମଶାମରା ତେଲ

54

ନୟାଗଡ ୨୧/୦୮ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) -ନୟାଗଡ ଜିଲ୍ଲା ରଣପୁର ଏନ୍‌-ଏ-ସି ରେ ଦିନକୁ ଦିନ ମଶାଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି। ବିଳମ୍ବରେ ବର୍ଷା ହୋଇଥିଲେ ମଧ୍ୟ ଡ୍ରେନେଜ୍ ଗୁଡିକ ଠିକ୍ ଭାବରେ ଜଳ ନିଷ୍କାସନ ହେଉନାହିଁ। ଯାହା ଫଳରେ ଡ୍ରେନ୍ ଗୁଡିକରେ ପାଣି ଜମାହୋଇ ମଶାଙ୍କ ବଂଶ ବଢିବାରେ ଲାଗିଛି। ଠିକ୍ ସମୟରେ ଡ୍ରେନ୍ ଗୁଡିକ ସଫା ମଧ୍ୟ ହେଉନଥିବା ଅଭିଯୋଗ ହେଉଛି। ମଶାଙ୍କ ବଂଶବୃଦ୍ଧି ହେବା ଯୋଗୁଁ ରଣପୁର ର ବିଭିନ୍ନ ୱାର୍ଡରେ ମଶା ଜନିତ ରୋଗ ବଢିବାରେ ଲାଗିଛି। ଲୋକମାନେ କରୋନା ଭୟରେ ଡାକ୍ତରଖାନାକୁ ନଯାଇ ଘରେ ଲୁଚିଛପି ରହି ଘରୋଇ ଡାକ୍ତରଙ୍କ ମାଧ୍ୟମରେ ଚିକିତ୍ସିତ ହେଉଥିବା ଜଣା ପଡିଛି।

ଏ ସମ୍ପର୍କେ ରଣପୁର ଏନ୍‌-ଏ-ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ମଶାମରା ଓ ମଶା ଲାର୍ଭା ନଷ୍ଟ କରିବା ତେଲ ରଣପୁର ରେ ନଥିଲା। ତାହା ବର୍ତ୍ତମାନ ମଗାଯାଇଅଛି। ଖୁବ୍ ଶୀଘ୍ର ଡ୍ରେନ୍ ଗୁଡିକରେ ତେଲ ପକାଇ ମଶା ବଂଶ ବୃଦ୍ଧି ରୋକିବା ପାଇଁ ଲାର୍ଭା ଗୁଡିକ ନଷ୍ଟ କରାଯିବ। ଯାହା ଫଳରେ ମଶା ବଂଶବୃଦ୍ଧି ରୋକାଯାଇ ପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.