Home ଓଡ଼ିଶା ଚୋରା ବନ୍ଧୁକ ତିଆରି ଅଭିଯୋଗରେ ଯୁବକ ଗିରଫ

ଚୋରା ବନ୍ଧୁକ ତିଆରି ଅଭିଯୋଗରେ ଯୁବକ ଗିରଫ

79

ନୟାଗଡ ୨୧/୦୮ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଅନେକ ଦିନ ହେଲା ଚୋରା ବନ୍ଧୁକ ତିଆରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଚୋରା ବନ୍ଧୁକ ତିଆରି କରିବା ଲୋକଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ଗତ କିଛିଦିନ ତଳେ ଗୋବିନ୍ଦ ମହାରଣା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସେହି ମାମଲାରେ ଅନ୍ୟଜଣେ ଅଭିଯୁକ୍ତ କାହ୍ନୁ ମହାରଣା ଫେରାର ଥିଲେ। ପୋଲିସ୍ ଗୋବିନ୍ଦ ମହାରଣାଙ୍କ ପୁଅ କାହ୍ନୁ ମହାରଣାଙ୍କୁ ଅଗଷ୍ଟ ୨୧ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ସିକୋ ଅଂଚଳରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ତାଠାରୁ ଏକ ହିରୋ ଗ୍ଲାମର୍ ମୋଟର ସାଇକେଲ୍ ଜବତ କରିବା ସହ ୪ହଜାର ୫ଶହ ଟଙ୍କା ଜବତ କରିଥିବା ଜଣା ପଡିଛି। ଜାମିନ୍ ନାମଂଜୁର ହେବାରୁ ରଣପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.