Home ଜିଲ୍ଲା ପରିକ୍ରମା ଧାମନଗର ‘ଖାନକାହ-ଇ-ହବିବିୟା ର ଟ୍ରଷ୍ଟ’ ଗଠନ,ସାମାଜିକ, ଧାର୍ମିକ ଓ ମାନବସେବା କାର୍ଯ୍ୟକୁ ଦିଆଯିବ ଗୁରୁତ୍ୱ

ଧାମନଗର ‘ଖାନକାହ-ଇ-ହବିବିୟା ର ଟ୍ରଷ୍ଟ’ ଗଠନ,ସାମାଜିକ, ଧାର୍ମିକ ଓ ମାନବସେବା କାର୍ଯ୍ୟକୁ ଦିଆଯିବ ଗୁରୁତ୍ୱ

8

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ମୁସଲିମ ସମ୍ପ୍ରଦାୟର ସାମାଜିକ ଏବଂ ଧାର୍ମିକ ଉନ୍ନତି ସହ ମାନବସେବା କାର୍ଯ୍ୟକୁ ଆଗେଇ ନେବା ଲକ୍ଷ୍ୟରେ ‘ଖାନକାହ-ଇ-ହବିବିୟା ଟ୍ରଷ୍ଟ’ ଗଠନ କରାଯାଇଛି। ଟ୍ରଷ୍ଟ ର ସଭାପତି ଭାବେ ସୟଦ ଗୋଲାମ ଅହମଦ ହବିବି, ଉପ-ସଭାପତି ଭାବେ ମୁଲ୍ଲା ଏମ୍‌?ଡି ଅବଦୁଲ ମନ୍ନାନ ହବିବି, ସମ୍ପାଦକ ଭାବେ ଏସ୍‌କେ ମୁଖତାର ଅହମଦ ହବିବି, ସହ-ସମ୍ପାଦକ ଭାବେ ଏସ୍‌କେ. କଲିମୁଦ୍ଦିନ ହବିବି ଏବଂ କୋଷାଧ୍ୟକ୍ଷ ଭାବେ ମହମ୍ମଦ ଇସଲାମୁଦ୍ଦିନ ହବିବିଙ୍କୁ ମନୋନୀତ କରାଯାଇଛି। ସେହିପରି ଏକ ୯ ଜଣିଆ କାର୍ଯ୍ୟକାରିଣୀ କମିଟି ମଧ୍ୟ ଗଠନ ହୋଇଥିବା ସୂଚନା ମିଳିଛି। ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ସମାଜରେ ଶାନ୍ତି, ସଦ୍ଭାବନା ଓ ଭାଇଚାରା ବୃଦ୍ଧି ସହ ଯୁବପିଢ଼ିଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ ଜାଗ୍ରତ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି ନୂତନ ଟ୍ରଷ୍ଟ ଗଠନକୁ ସ୍ଥାନୀୟ ଅଂଚଳର ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.