Home କେନ୍ଦୁଝର ନେସ୍କୋ ନିର୍ବାହୀଯନ୍ତ୍ରୀଙ୍କୁ ମାଡ ଘଟଣା, ଅଭିଯୁକ୍ତ ଗିରଫ

ନେସ୍କୋ ନିର୍ବାହୀଯନ୍ତ୍ରୀଙ୍କୁ ମାଡ ଘଟଣା, ଅଭିଯୁକ୍ତ ଗିରଫ

16

ହାଟଡିହି-୨ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଦ୍ୟୁତ ଶୁଳ୍କ ଆଦାୟ କରିବାପାଇଁ ଯାଇଥିବା ଆନନ୍ଦପୁର ନେସ୍କୋର ନିର୍ବାହୀଯନ୍ତ୍ରୀଙ୍କୁ ଗତ ଡିସେମ୍ବର ୨୯ତାରିଖ ଦିନ ଅଣା ଗ୍ରାମ ନିକଟରେ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅନିଲ ମହାପାତ୍ରକୁ ପୁଲିସ ଆଜି ତାଙ୍କ ଘରୁ ଗିରଫ କରିବାରେ ସଫଳ ହୋଇଛି । ଏହି ଘଟଣାରେ ହାଟଡିହି ସେକ୍ସନର କନିଷ୍ଠଯନ୍ତ୍ରୀ ମାନସ ମହାନ୍ତିଙ୍କ ଅଭିଯୋଗ କ୍ରମେ ପୁଲିସ ନନ୍ଦିପଦା ଥାନା କେସନଂ ୧୭୫/୨୦୨୦ରେ ଏକ ମାମଲା ରୁଜୁକରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବାବେଳେ ଅନିଲ ସେହିଦିନ ଠାରୁ ଫେରାର ହୋଇଯାଇଥିଲା । ଅନିଲ ଆଜି ସକାଳେ ଘରକୁ ଆସିଥିବା ସୁଚନାପାଇ ପୁଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡର ଏସ.ଆଇ ଅମିତ ଭୂୟାଁ, ରାମଚନ୍ଦ୍ରପୁର ଥାନା ଏସ.ଆଇ ଶ୍ରୀକାନ୍ତ ସାହୁ, ସୋସୋ ଏସ.ଆଇ ରଞ୍ଜନ ବିଶ୍ୱାଳ ପ୍ରମୁଖ ପୁଲିସ ଫୋର୍ସ ସହିତ ଚଢ଼ାଉକରି ତାକୁ ଗିରଫ କରିବାରେ ସଫଳ ହୋଇଥିଲେ । ପରେ ତାଙ୍କୁ ଆନନ୍ଦପୁର ଥାନାକୁ ନେଇ ପଚରା ଉଚୁରା କରିବାପରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ ବିଦ୍ୟୁତ ବିଭାଗ (ନେସ୍କା)ର ନିର୍ବାହୀଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ, କନିଷ୍ଠଯନ୍ତ୍ରୀ ମାନସ ମହାନ୍ତି ସେମାନଙ୍କର ଅନ୍ୟ କର୍ମଚାରୀ ମାନଙ୍କୁ ଧରି ୩୦ତାରିଖ ଦିନ ଅଣାଛକ କେନାଲ ନିକଟରେ ରହୁଥିବା ବାସନ୍ତୀ ମହାପାତ୍ରଙ୍କ ଘରକୁ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ କରିବାପାଇଁ ଯାଇଥିଲେ । ତାଙ୍କର ୭୩ହଜାର ବାକି ଥିବାରୁ ସେମାନେ ତାଙ୍କୁ ୫୦ଭାଗ ବକେୟା ଶୁଳ୍କ ଦେବାକୁ ମାଗିଥିଲେ । ଏନେଇ ବାସନ୍ତୀଙ୍କ ସ୍ୱାମୀ ଘନଶ୍ୟାମ ମହାପାତ୍ରଙ୍କ ସହିତ କଥାବର୍ତ୍ତା ହେଉଥିବାବେଳେ ଘନଶ୍ୟାମଙ୍କ ପୁଅ ଅନିଲ ଏକ କାଠଫାଳିଆ ସାହାଯ୍ୟରେ ନିର୍ବାହୀଯନ୍ତ୍ରୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.