Home Top News ଓଡ଼ିଶାରେ କେବେ ଖୋଲିବ ସ୍କୁଲ, କେଉଁ ଅଞ୍ଚଳରେ ଖୋଲିବନି, କ’ଣ ମାର୍ଗଦର୍ଶକା ସମ୍ପୂର୍ଣ୍ଣ ପଢ଼ନ୍ତୁ

ଓଡ଼ିଶାରେ କେବେ ଖୋଲିବ ସ୍କୁଲ, କେଉଁ ଅଞ୍ଚଳରେ ଖୋଲିବନି, କ’ଣ ମାର୍ଗଦର୍ଶକା ସମ୍ପୂର୍ଣ୍ଣ ପଢ଼ନ୍ତୁ

129

ଭୁବନେଶ୍ୱର ୨-୧ (ଓଡ଼ିଆ ପୁଅ) : କରୋନାଭାଇରସ୍ କାରଣରୁ ୯ ମାସ ହେଲାଣି ବନ୍ଦ ହୋଇଛି ସ୍କୁଲ। କିନ୍ତୁ ଆଶନ୍ତା ୮ ତାରିଖରୁ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।ତେବେ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଅନୁମତି। ତେବେ ୧୦୦ ଦିନ ପର୍ଯ୍ୟନ୍ତ ପାଠପଢ଼ା ହେବ। କିନ୍ତୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ସ୍କୁଲଖୋଲାଯାଇପାରିବ ନାହିଁ ଏବଂ ସ୍କୁଲ ପରିସରରେ ଥିବା ହଷ୍ଟେଲ୍‌ଗୁଡ଼ିକ ଖୋଲାଯିବ ନାହିଁ ବୋଲି ମାର୍ଗଦର୍ଶିକା ଜାରି କରାଯାଇଛି। ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ମାର୍ଗଦର୍ଶିକା ଜାରି କରାଯାଇଛି। କରୋନା ଭିତରେ ମାଟ୍ରିକ ଓ ପ୍ଲସ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋଭିଡ୍ ନିୟମରେ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର।

ତେବେ ପଢ଼ନ୍ତୁ କ’ଣ ମାର୍ଗଦର୍ଶିକା
– ରାଜ୍ୟରେ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ ବାହାରେ ଥିବା ସ୍କୁଲ ଖୋଲିପାରିବ।
– କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳରେ କୌଣସି ଶିକ୍ଷକ, ଅଣଶିକ୍ଷକ କିମ୍ବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ କଟକଣା ଜାରି କରାଯାଇଛି।
– ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି।
– ସ୍କୁଲ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ।
– କୌଣସି ସ୍କୁଲର ହଷ୍ଟେଲ ଖୋଲିପାରିବନାହିଁ।
– ସ୍କୁଲ ବସ୍ ବଦଳରେ ଅଭିଭାବକମାନେ ସେମାନଙ୍କ ପୁଅଝିଅଙ୍କୁ ନିଜେ ଆସି ସ୍କୁଲରେ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି।
– କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ।
– କେବଳ ଅଭିଭାବକ ଏବଂ ଛାତ୍ରଛାତ୍ରୀ ରାଜିଥିଲେ ସ୍କୁଲ ଆସିବାକୁ ଅନୁମତି ଦିଆଯାଇପାରିବ।
– କ୍ଲାସ ରୁମ୍‌ ସାମାଜିକ ଦୂରତା ବଜାୟ ରଖି ଛାଡ଼ି ଛାତ୍ରଛାତ୍ରୀ ବସିବେ।
– ଛାତ୍ରଛାତ୍ରୀଙ୍କୁ ସ୍କୁଲ ପହଞ୍ଚାଇବା ବ୍ୟବସ୍ଥା ଅଭିଭାବକ ନିଶ୍ଚିତ କରିବେ।ସ୍କୁଲ ଭିତରେ ପ୍ରବେଶ ବେଳେ ୬ ଫୁଟର ଦୂରତା ରହିବ।
– କମନ ରୁମ ଓ ଷ୍ଟାଫ୍ ରୁମରେ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
– ପ୍ରତି ସ୍କୁଲରେ ଆଇସୋଲେସନ ରୁମ୍ ବ୍ୟବସ୍ଥା ରଖିବାକୁ ନିର୍ଦେଶ ଦିଆଯାଇଛି।
– ପ୍ରତି କ୍ଲାସରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସି ପାଠପଢ଼ିବା କିମ୍ବା ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ।
– ତେବେ ସ୍କୁଲ ଟାଇମିଂ ପୂର୍ବଭଳି ରଖାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।
– ରିସେସ୍ ଟାଇମ୍ ଭିନ୍ନ ଭିନ୍ନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।
– ଜାନୁଆରୀ ୮ ତାରିଖରୁ ରାଜ୍ୟରେ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ।
– ୧୦୦ ଦିନ ପର୍ଯ୍ୟନ୍ତ ପାଠ ପଢ଼ା ହେବାକୁ ଥିବାବେଳେ ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ। ଏହି ଦିନ ମଧ୍ୟ କ୍ଲାସ୍ ଚାଲୁ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.