Home କେନ୍ଦୁଝର ଧାନକଟା ମେସିନିରେ ଚାପି ହୋଇ ଚାଳକ ଗୁରୁତର

ଧାନକଟା ମେସିନିରେ ଚାପି ହୋଇ ଚାଳକ ଗୁରୁତର

63

ହାଟଡିହି-୨ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଆବୁଲୁପୁରା ଗ୍ରାମ ନିକଟରେ ଧାନକଟା ମେସିନିରେ ଚାପିହୋଇ ଚାଳକ ଗୁରୁତର ହୋଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଜଣେ ବ୍ୟକ୍ତି ଧାନ କାଟିବାପାଇଁ ସମ୍ବଲପୁରରୁ ଏକ ଧାନକଟା ମେସିନି ଭଡାରେ ଆଣି ଧାନ କଟାଉଥିଲେ । ଆଜି ମଧ୍ୟାହ୍ନରେ ଧାନକାଟୁଥିବାବେଳେ ଚାଳକ ସମ୍ବଲପୁରର ସୁମନ୍ତ ପ୍ରଧାନ (୪୬) ଧାନ ମେସିନିରେ ଜାମ ହୋଇଯିବାରୁ ସେ ମେସିନି ଉପରକୁ ଚଢ଼ିଯାଇ ଗୋଡରେ ତାହାକୁ ଠେଲି ଦେଉଥିବାବେଳେ ଅସାବଧାନତା ବସତଃ ଗୋଡଟି ମେସିନିରେ ଚାପି ହୋଇଯାଇଥିଲା । ଗୋଡଟି ମେସିନି ଭିତରେ ପସି ଧାନ ବାହାରିବା ବାଟେ ପାଦଟି କିଛି ବାଟ ବାହାରି ଆସିଥିଲା । ଏପରିକି ଦୀର୍ଘ ସମୟଧରି ଗୋଟି ସେହି ଅବସ୍ଥାରେ ଥିବାବେଳେ ହାଟଡିହି ଦମକଳ ବିଭାଗର କର୍ମଚାରୀ ମାନେ ଓ ଛେନାପଦିଛକରୁ କିଛି ମେକାନିକ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ବହୁ କଷ୍ଟରେ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.