Home ଓଡ଼ିଶା ନୂତନ ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଭାବେ ଦାଇତ୍ୱ ନେଲେ ଜୋତ୍ସ୍ନାମୟୀ ଆଚାର୍ଯ୍ୟ

ନୂତନ ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଭାବେ ଦାଇତ୍ୱ ନେଲେ ଜୋତ୍ସ୍ନାମୟୀ ଆଚାର୍ଯ୍ୟ

90

ମାଲକାନଗିରି,୯ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ରେ ଗତ କିଛି ବର୍ଷହେଲା ସ୍ଥାୟୀ ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ନଥିବାରୁ ସହକାରି ଜିଲ୍ଲାପାଳ ମାନଙ୍କୁ ଅତିରିକ୍ତ ଦାଇତ୍ୱ ଦିଆଯାଇଥିଲା । ସେମାନେ ନିଜ ଦାଇତ୍ୱ ତୁଲାଇବା ସହିତ ଜିଲ୍ଲା ସୁଚନା ଲୋକସଂପର୍କ ବିଭାଗର ଦାଇତ୍ୱ ତୁଲାଇବା କଷ୍ଟକର ହୋଇପଡୁଥିଲା । ଏହାକୁ ଦଷ୍ଟିରେ ରଖି ବହୁବର୍ଷ ଧରି ଡିଆଇପିଆରଓ କାର୍ଯ୍ୟଳୟରେ ସହକାରି ଆସିଷ୍ଟାଟଂ ଭାବେ କାର୍ଯ୍ୟକରୁଥିବା ଶ୍ରୀମତୀ ଜୋତ୍ସ୍ନାମୟୀ ଆଚାର୍ଯ୍ୟ ଙ୍କୁ ରାଜ୍ୟସରକାର ଭାରପ୍ରାପ୍ତ ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଦାଇତ୍ୱ ଦେଇଛନ୍ତି । ପୁବ ର୍ତନ ଡିଆଇପିଆରଓ ଦିଲୀପ କୁମାର ସାମନ୍ତରା ଚାକିରୀରୁ ଅବସର ନେବାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହକାରି ଜିଲ୍ଲାପାଳ ସ୍ନିଗ୍ଦାରାଣୀ ଚୌଧୁରୀ ଙ୍କୁ ଡିଆଇପିଆରଓ ଭାବେ ଅତିରିକ୍ତ ଦାଇତ୍ୱ ଜିଲ୍ଲାପାଳ ଦେଇଥିଲେ । ବିଭାଗୀୟ ପଦୋନ୍ନତି ପାଇବାପରେ ଶ୍ରୀମତୀ ଆଚାର୍ଯ୍ୟ ଙ୍କୁ ଭାରପ୍ରାପ୍ତ ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଭାବେ ଦାଇତ୍ୱ ଦେଇଛନ୍ତି । ଦୀର୍ଘ୨୫ବର୍ଷ ଧରି ଏହି ବିଭାଗରେ ରହି କାର୍ଯ୍ୟକରୁଥିବା ଶ୍ରୀମତୀ ଆଚାର୍ଯ୍ୟଙ୍କ ଅଭିଜ୍ଞତା ରହିଥିବାରୁ ସେ ସୁଚାରୁଭାବେ ଡିଆଇପିଆରଓ କାର୍ଯ୍ୟ ନିଭାଇ ପାରିବେବୋଲି ଗଣମାଧ୍ୟମ ପ୍ରତିନିଧିମାନେ ଆଶାପ୍ରକଟ କରିଛନ୍ତି । ଶ୍ରୀମତୀ ଆଚାର୍ଯ୍ୟ ନୂତନ ଡିଆଇପିଆରଓ ଭାବେ ଦାଇତ୍ୱ ନେବାପରେ ଜିଲ୍ଲା ସାମ୍ବାଦିକ ସମୋନ୍ନୟ କମିଟି ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ ଓ ଅନ୍ୟାନ ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କୁ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଇଛନ୍ତି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.