Home ଜିଲ୍ଲା ପରିକ୍ରମା ନୂଆ ଜିଲ୍ଲାପାଳଙ୍କ ପ୍ରଥମ ମିଳିତ ଜନ ଶୁଣାଣି ଶିବିର

ନୂଆ ଜିଲ୍ଲାପାଳଙ୍କ ପ୍ରଥମ ମିଳିତ ଜନ ଶୁଣାଣି ଶିବିର

30

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ପ୍ରଶାସନିକ ସେବାର ଯୁବ ଅଧିକାରୀ ସିଦ୍ଦେଶ୍ୱର ବଳିରାମ ବୋନ୍ଦର ଆଜି ଭଦ୍ରକ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରି ମିଳିତ ଜନ ଶୁଣାଣି ଶିବିରରେ ଯୋଗ ଦେଇଥିଲେ। ଆଜି ମାସର ତୃତୀୟ ସୋମବାର ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିରରେ ଯୋଗ ଦେଇ ଜିଲ୍ଲାପାଳ ସମୁଦାୟ ୪୨ଟି ଅଭିଯୋଗର ଶୁଣାଣି କରିଥିଲେ। ଏସ୍‌.ପି. ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ସମୁଦାୟ ଅଭିଯୋଗ ମଧ୍ୟରେ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ୩୬ ଟି ଥିଲାବେଳେ ୬ଟି ସାମୂହିକ ଥିଲା। ଜିଲ୍ଲାପାଳ ସମସ୍ତ ଅଭିଯୋଗର ଶୁଣାଣି କରି ସମାଧାନ ସମ୍ଭବ ଅଭିଯୋଗ ଗୁଡ଼ିକର ଯଥାଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆର୍ଥିକ ସହାୟତା, କାଳିଆ ଟଙ୍କା ନ ମିଳିବା, କେନ୍ଦ୍ରୀୟ କଳାକାର ଭତ୍ତା ମଞ୍ଜୁରୀ ପରେ ବି ହିତାଧିକାରୀଙ୍କୁ ଟଙ୍କା ନମିଳିବା, ଘରୋଇ ଜାଗାରେ ଘର ପାଖରେ ବିଦ୍ୟୁତ୍ ଖୁଣ୍ଟ ପୋତାଯିବା, ଡ୍ରେନ ଉପରେ ସରକାରୀ ଜାଗାରେ ଦୋକାନ ଘର, ବାସଘର ନିର୍ମାଣ, ଗୋଚର ଜମିରେ ରାସ୍ତା ନିର୍ମାଣ, ବସ ଯାତ୍ରାରେ ରିହାତି ପାଇଁ ପ୍ରମାଣପତ୍ର ଥାଇବି ସୁବିଧାରୁ ବଞ୍ôଚତ ହେବା, ରେସନକାର୍ଡ଼ ଥାଇବି ସାମଗ୍ରୀ ନ ମିଳିବା, ଜମିଜମା ପଟ୍ଟା, ଜବର ଦଖଲ ଉଚ୍ଛେଦ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସମ୍ବନ୍ଧୀୟ ଅଭିଯୋଗ ସବୁ ଆଗତ ହୋଇଥିଲା। ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ସହକାରୀ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ଅଭିଯୋଗ ଉପସ୍ଥାପନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.