Home Top News ଶାରିରୀକ ଓ ମାନସିକ ଶାନ୍ତି ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ- ଧର୍ମେନ୍ଦ୍ର ପ୍ରଧାନ

ଶାରିରୀକ ଓ ମାନସିକ ଶାନ୍ତି ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ- ଧର୍ମେନ୍ଦ୍ର ପ୍ରଧାନ

27

ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ‘ଆନ୍ତର୍ଜାତିକ ଯୋଗ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

– ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ତ୍ୱ ବେଶ୍ ପ୍ରାସଙ୍ଗିକତା ହୋଇଛି
– ଯୋଗ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଜୀବନ ପଦ୍ଧତି
– ଛାତ୍ରଛାତ୍ରୀମାନେ ପିଲା ବେଳୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଯୋଗ ବିଷୟରେ ଅଧ୍ୟୟନ ଓ ଗବେଷଣା କରିବା ଜରୁରୀ
– ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିବ
– ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀଙ୍କ ଯୋଗ ଦିବସର ସିଧାପ୍ରସାରଣ ଦେଖିଲେ କେନ୍ଦ୍ରମନ୍ତ୍ରୀ

କାଙ୍ଗଡା ଫୋର୍ଟ/ହିମାଚଳ ପ୍ରଦେଶ, ଜୁନ ୨୧ (ଓଡ଼ିଆ ପୁଅ) – ଯୋଗ କେବଳ ଏକ ଶାରିରୀକ ବ୍ୟାୟମ ନୁହେଁ ବରଂ ଶରୀରକୁ ନୂଆ ଉର୍ଜା ଦେଇଥାଏ। କରୋନା ସମୟରେ ବିଶ୍ୱ ସମୁଦାୟକୁ ଯୋଗ ହିଁ ପ୍ରତିଷେଧମୂଳକ ସଦୃଶ ମେଡ଼ିସିନ୍ ହୋଇଥିଲା। ସାମ୍ପ୍ରତିକ ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ୱ ବେଶ୍ ପ୍ରାସଙ୍ଗିକତା ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ଆୟୋଜିତ ‘ଯୋଗାଭ୍ୟାସ କାର୍ଯ୍ୟକ୍ରମ’ରେ ସାମିଲ ହେବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି ସ୍ଥାନରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗ ଦିବସର ସିଧାପ୍ରସାରଣ କାର୍ଯ୍ୟକ୍ରମକୁ ଦେଖିଥିଲେ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ପାଳନ କରିବା ପାଇଁ ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦ ନିକଟରେ ଅପିଲ୍ କରିଥିଲେ। ଏହାକୁ ବିଶ୍ୱର ଅନେକ ଦେଶ ସମର୍ଥନ ଦେଇଥିବାରୁ ଆଜି ସାରା ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଚଳିତବର୍ଷ ‘ମାନବତା ପାଇଁ ଯୋଗ’ ଥିମକୁ ଲୋକପ୍ରିୟ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜୀବନରେ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ। ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଏହି ଯୋଗ ପରମ୍ପରାକୁ ବିଶ୍ୱ ବ୍ୟବସ୍ଥିତ ଭାବରେ ଆପଣାଇଛି। ଆଜି ସୂର୍ଯ୍ୟ ଉଦୟ ହୋଇଥିବା ପ୍ରଥମ ସ୍ଥାନ ଠାରୁ ସୂର୍ଯ୍ୟ ଅସ୍ତ ହେଉଥିବା ଅନ୍ତିମ ସ୍ଥାନରେ ଯୋଗ ଦିବସ ପାଳନ କରାଯାଉଛି। ଆମେ ‘ସମସ୍ତେ ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଭାରତର ପ୍ରାଚୀନ ସଭ୍ୟତାକୁ ଦୁନିଆ ସାମ୍ନାରେ ବୈଭବତାକୁ ଆଣିବା ପାଇଁ ହିମାଚଳ ପ୍ରଦେଶର ଅଧିବାସୀ ସମେତ ଦେଶବାସୀ ଏକାଠୀ ହୋଇଛନ୍ତି। ବିଶ୍ୱର ଏହି ଯୋଗ ରିଙ୍ଗରେ କାଙ୍ଗଡ଼ା ଫୋର୍ଟ ବି ସାମିଲ ହୋଇଛି। କାଙ୍ଗଡ଼ା ଫୋର୍ଟରୁ ଭାରତର ପରମ୍ପରା, ବୀରତ୍ୱ ଓ ସଂସ୍କୃତିର ଗଭୀରତାକୁ ପ୍ରଦର୍ଶନ କରିବା ପାଇଁ ଯୋଗଭ୍ୟାସରେ ସାମିଲ ହେବା ଖୁସିର ବିଷୟ।

ହିମାଚଳ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଯୋଗକୁ ନିଜ ପାଠ୍ୟକ୍ରମରେ ସାମିଲ କରୁଥିବା ଜାଣି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯୋଗ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଜୀବନ ପଦ୍ଧତି। ଏହା ସେତେବେଳେ ପ୍ରମାଣିତ ହେବ, ଯେତେବେଳେ ଯୋଗ ବିଷୟରେ ଛାତ୍ରଛାତ୍ରୀମାନେ ପିଲା ବେଳୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଯୋଗ ବିଷୟରେ ଚର୍ଚ୍ଚା, ଅଧ୍ୟୟନ ସହ ଗବେଷଣା କରିବେ। ଏହାକୁ ଦୃଷ୍ଟିରେ ରଖି ଦୀର୍ଘ ୩୪ ବର୍ଷ ପରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦(ଏନଇପି) ପ୍ରଣୟନ କରାଯାଇଛି। ଯୋଗ ଏନଇପିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏନଇପି ଅନୁସାରେ ବାଲବାଟିକା ଠାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଯୋଗକୁ ପାଠ୍ୟକ୍ରମର ଏକ ଅଂଶ କରାଯିବ। କ୍ରେଡ଼ିଟ୍ ଫ୍ରେମଓ୍ୱାର୍କ ଆଧାରରେ ଛାତ୍ରଛାତ୍ରୀଙ୍କ ଯୋଗ ଶିକ୍ଷାକୁ ନେଇ ମୂଲ୍ୟାଙ୍କନ କରାଯିବ, ଯାହା ପିଲାଙ୍କ ଭବିଷ୍ୟତରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.