Home ଜିଲ୍ଲା ପରିକ୍ରମା ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

45

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଦ୍ୱାରା ୩ଦିନ ପୂର୍ବରୁ ଆଇ.ଏ.ଏସ୍‌. ଓ ବିରଷ୍ଠ ଓ.ଏ.ଏସ ଅଧିକାରୀଙ୍କ ବଦଳି ନେଇ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଯୁବ ଆଇ.ଏ.ଏସ୍‌. ଅଧିକାରୀ ସିଦ୍ଦେଶ୍ୱର ବଳିରାମ ବୋନ୍ଦରଙ୍କୁ ଭଦ୍ରକର ଜିଲ୍ଲାପାଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଶ୍ରୀଯୁକ୍ତ ବୋନ୍ଦର ଆଜି ଭଦ୍ରକର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏସ.ପି., ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ ପ୍ରମୁଖଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନୂଆ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ। ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇ ପ୍ରଶାସନିକ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସରକାରଙ୍କ ଯୋଜନା ଅନୁଯାୟୀ ଜିଲ୍ଲାର ସାମୂହିକ ସର୍ବାଙ୍ଗୀନ ବିକାଶ ଦିଗରେ ସେ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ। ଏହା ପୂର୍ବରୁ ଶ୍ରୀଯୁକ୍ତ ବୋନ୍ଦର ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର କମିଶନର ଦାୟିତ୍ୱରେ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.