Home ଜିଲ୍ଲା ପରିକ୍ରମା ଓଲଙ୍ଗ ପଞ୍ଚାୟତ ଅଫିସ୍ ରେ ମିଶନ ଇନ୍ଦ୍ରଧନୁଷ ଟୀକା କରଣ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ

ଓଲଙ୍ଗ ପଞ୍ଚାୟତ ଅଫିସ୍ ରେ ମିଶନ ଇନ୍ଦ୍ରଧନୁଷ ଟୀକା କରଣ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ

11

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଙ୍ଗ ସ୍ଥିତ ଗ୍ରାମପଞ୍ଚାୟତ ଅଫିସ ଠାରେ ଇଣ୍ଟେନସିଫାଏଡ଼ ମିଶନ ଇନ୍ଦ୍ରଧନୁଷ ଆଇ.ଏମ୍‌.ଆଇ. ୫.୦ ର ଶୁଭ ଉଦ୍ଘାଟନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସନ୍ତୋଷ କୁମାର ପାତ୍ରଙ୍କ କରକମଳରେ ହୋଇଯାଇଛି । ଡ. ଉମେଶ ଚନ୍ଦ୍ର ଜେନା ବରପଦା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଏହି ଅବସରରେ ଜିଲ୍ଲା ପରିବାର କଲ୍ୟାଣ ଓ ଟୀକାକରଣ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡା ଯୋଗଦେଇ ଏହି ଟୀକାକରଣ ଅଭିଯାନ ର ବିଶେଷତ୍ୱ ବିଷୟରେ ଅବଗତ କରାଇଥିଲେ । ଠିକ୍ ସମୟରେ ଟୀକା ପାଇନଥିବା ଅବା ଟୀକାକରଣରୁ ବଂଚିତ ଥିବା ୦ ରୁ ୫ ବର୍ଷ ବୟସର ପିଲା ଓ ଗର୍ଭବତୀ ମହିଳାମାନେ ଟୀକା ନେଇପାରିବେ । ଏହି ଟୀକାକରଣ ଅଭିଯାନ ୩ ରାଉଣ୍ଡରେ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ରେ ହେବ ଓ ପ୍ରତ୍ୟେକ ରାଉଣ୍ଡ ୬ ଦିନ ଧରି ଚାଲିବ । ପ୍ରଥମ ରାଉଣ୍ଡ ୧୧/୦୯/୨୦୨୩ ରୁ ୧୬/୦୯/୨୦୨୩ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକରେ ବଛା ଯାଇଥିବା ସ୍ୱତନ୍ତ୍ର ଟୀକାକରଣ ଅଧିବେଶନରେ ହେବ । ଜିଲ୍ଲାର ଆଶାମାନେ ଘରକୁ ଘର ବୁଲି ଟୀକାକରଣରୁ ବଂଚିତ ୦ ରୁ ୫ ବର୍ଷରୁ କମ୍ ପିଲା ତଥା ଗର୍ଭବତୀ ମହିଳା ମାନଙ୍କର ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ଅଭିଯାନର ପ୍ରଥମ ରାଉଣ୍ଡରେ ୪୬୧ ଟୀକାକରଣ ଅଧିବେଶନରେ ୮୦୪ ଗର୍ଭବତୀ ମହିଳା ଓ ୦ ରୁ ୫ ବର୍ଷ ମଧ୍ୟରେ ୩୧୦୩ ପିଲାଙ୍କୁ ପାଇନଥିବା ଟୀକା ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଠିକ୍ ସମୟରେ ଟୀକା ନେବା ଦ୍ୱାରା ସମାଜରେ ପିଲାମାନେ କମ୍ ରୋଗାକ୍ରାନ୍ତ ହେବା ସଂଗେ ସଂଗେ ସେମାନଙ୍କର ମାନସିକ ଓ ଶାରୀରିକ ବିକାଶ ମଧ୍ୟ ହୋଇଥାଏ । ଦେଶକୁ ମିଳିମିଶି ଓ ରୁବେଲା ଭଳି ରୋଗରୁ ନିର୍ମୂଳ କରିବା ଏହି ମିଶନ ଇନ୍ଦ୍ରଧନୁଷ ୫.୦ ର ଏକ ଅନ୍ୟତମ ପ୍ରୟାସ ଅଟେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ ତଥା ମ୍ୟୁନସିପାଲିଟି ତଦାରଖ ର ଦାୟିତ୍ୱ ଦିଆଯାଇଛି । ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଜିଲ୍ଲା ଅଧିକାରିଣୀ ଡ. ଅର୍ଚ୍ଚନା ଗାୟନ ଟୀକାକରଣ ତଦାରଖ ରେ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ପ୍ରମୋଦ କୁମାର ଭୂୟାଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.